ମେ’ରେ ଖୋଲିବ ବିଏମ୍‌ସି ମୁଖ୍ୟାଳୟ

ଦ୍ରୁତ ଗତିରେ ଚାଲିିଛି ନିର୍ମାଣ କାର୍ଯ୍ୟ

0

ଭୁବନେଶ୍ୱର, ୫।୪: ବହୁ ପ୍ରତିକ୍ଷୀତ ବିଏମ୍‌ସି ମୁଖ୍ୟାଳୟ ଆସନ୍ତା ମେ’ ମାସରେ ଉଦ୍‌ଘାଟିତ ହେବ। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ବିଏମ୍‌ସି କମିସନର୍‌ ସଂଜୟ ସିଂହଙ୍କ ସହ ବରିଷ୍ଠ ଅଧିକାରୀ କୋଠା ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ଏବେ ବିଲ୍ଡିଂ ଭିତରର ଇଣ୍ଟେରିଅର କାମ ଚାଲିଛି । ଫର୍ଣ୍ଣିଚର ଓ ଅଫିସ୍‌ ଷ୍ଟେସନାରୀ ବି ଆଗରୁ ଆସିସାରିଛି । ଏପ୍ରିଲ ଶେଷ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତୁତି ଚାଲିଛି । ପ୍ରଥମ କର୍ପୋରେସନ ବୈଠକ ଏହି ବିଲ୍ଡିଂରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆସନ୍ତା ୯ ତାରିଖରେ ନବନିର୍ବାଚିତ ମେୟର ଓ କର୍ପୋରେଟର ଶପଥ ନେବା ସହ ଡେପୁଟି ମେୟର ପାଇଁ ନିର୍ବାଚନ ହେବ । ମେ ମାସରେ ପ୍ରଥମ କର୍ପୋରେସନ ବୈଠକ ହେବ । ତେଣୁ ପ୍ରଥମ କର୍ପୋରେସନ ବୈଠକ ଏହି ନୂଆ ବଲ୍ଡିଂରେ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଇଣ୍ଟେରିଅର କାମକୁ ଜୋରଦାର କରିବା ପାଇଁ ବିଏମ୍‌ସି କିମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ୨ ସ୍ପିପ୍ଟରେ ଇଣ୍ଟେରିଅର କାମ ହେବ । ମେ ମାସରେ ମୁଖ୍ୟମନ୍ତ୍ରୀ ଏହି ଅଟ୍ଟାଳିକାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବିଲ୍ଡିଂରେ ମୋଟ ୧୧ ମହଲା ରହିଛି । ଏହାର ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍‌ ଓ ଅନ୍ୟ ୩ଟି ମହଲାରେ ବିଏମ୍‌ସି ଅଫିସ କାର୍ଯ୍ୟ କରିବ । ଚତୁର୍ଥ ଓ ପଞ୍ଚମ ମହଲାରେ ସ୍ମାର୍ଟ ସିଟି ଲିମିଟେଡ୍‌ ଅଫିସ୍‌ ରହିବ । ଏଠାରେ ସ୍ମାର୍ଟ ସିଟିର କଣ୍ଟ୍ରୋଲ ରୁମ୍‌ କୁହାଯାଉଥିବା ଇଣ୍ଟେଲିଜେଣ୍ଟ ସିଟି ଅପରେସନସ୍‌ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) କାର୍ଯ୍ୟକ୍ଷମ ହେବ । ସେହିଭଳି ବିଲ୍ଡିଂର ୬ରୁ ୧୧ ମହଲା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ । ଏହି ବିଲ୍ଡିଂ ନିର୍ମାଣ କାମ ୨୦୧୯ରେ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.