ମିଠା ଦୋକାନରେ ବିଏମ୍‌ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ

ଭୁବନେଶ୍ୱର, ୩।୧୧: ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାରକୁ ଖାଦ୍ୟ ଯାଞ୍ଚ ସ୍କ୍ୱାର୍ଡ ବୁଲି ଦେଖିଛନ୍ତି ଦୀପାବଳି ଆସିଲେ ମିଠାର ଚାହିଦା ଅହେତୁକ ଭାବେ ବଢ଼ିଯାଏ। ଆଉ ମିଠା ବ୍ୟବସାୟୀମାନେ ପ୍ରଚୁର ପରିମା‌ଣରେ ମିଠା ପ୍ରସ୍ତୁତି କରି ବିକ୍ରି କରନ୍ତି। ତେଣୁ ଲୋକମାନେ ନେଉଥିବା ମିଠା ଦ୍ରବ୍ୟକୁ କିଭଳି ସ୍ୱାସ୍ଥ୍ୟପ୍ରଦ ଭାବେ ଦିଆଯାଉଛି ତାହାକୁ ଯାଞ୍ଚ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଖାଦ୍ୟ ସୁରକ୍ଷା ସ୍କ୍ୱାର୍ଡ ସହରର ବିଭିନ୍ନ ମିଠା ଦୋକାନକୁ ଯାଇ ଯାଞ୍ଚ କରିଛନ୍ତିଅତିଶୟ ଭିଡ଼, ମିଠାର ମାନ, ଏହାକୁ ପ୍ୟାକିଂ କରିବା ଖାଦ୍ୟରେ ରଙ୍ଗ ମିଶାଇବା ଇତ୍ୟାଦିରେ ରହିଥିବା ନିୟନ୍ତ୍ରଣ ବ୍ୟବସ୍ଥା ପରିଚ୍ଛନ୍ନତା କିପରି ପାଳନ ହେଉଛି ଏହା ବୁଝାଇବା ସହିତ ସମ୍ପୃକ୍ତ ମିଠା ଦୋକାନଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇଛି ରାଜମହଲ, ମାଷ୍ଟରକ୍ୟାଂଟିନ୍‌, ରାମ ମନ୍ଦିର ସହିଦନଗର ଇତ୍ୟାଦିରେ ଥିବା ପ୍ରମୁଖ ମିଠା ଦୋକାନଗୁଡ଼ିକୁ ଯାଇ ଏହି ସ୍କ୍ୱାର୍ଡ ବିଭିନ୍ନ ଖାଦ୍ୟ ପଦାର୍ଥ ଯାଞ୍ଚ କରିବା ସହିତ ଅସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥକୁ ନଷ୍ଟ କରଛନ୍ତି ଏବଂ ଯାଞ୍ଚ ଖାଦ୍ୟ ମଧ୍ୟରୁ ୧୮ ଗୋଟି ଖାଦ୍ୟ ପଦାର୍ଥକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି

କେବଳ ଖାଦ୍ୟ ଯାଞ୍ଚ ନୁହେଁ ଏହା ସାଙ୍ଗକୁ ବିଏମ୍‌ସିର ସେଣ୍ଟ୍ରାଲ୍ ସ୍କ୍ୱାର୍ଡ ଯାଇ ଏହି ସମସ୍ତ ମିଠା ଦୋକାନରେ ନିୟମ ଉଲ୍ଲଙ୍ଘନପୂର୍ବକ ଅନୁମତି ନଥିବା ପଲିଥିନ୍ ଜରିର ବ୍ୟବହାରକୁ ଯାଞ୍ଚ କରିଛନ୍ତି ସମୁଦାୟ ୧୫ ଗୋଟି ଦୋକାନରୁ ପ୍ରାୟ ୪୦ କେ.ଜି ଏକକ ବ୍ୟବହୃତ ପଲିଥିନ୍ ଜବତ ହୋଇଥିବା ବେଳେ ସମ୍ପୃକ୍ତ ଦୋକାନଗୁଡ଼ିକୁ ସମୁଦାୟ
୨୩ ହଜାର ଟଙ୍କା ଜରିମାନା କରାଯାଇଛିଏହା ସାଙ୍ଗକୁ ଭବିଷ୍ୟତରେ ଏହିପରି ନିୟମ ଉଲ୍ଲଙ୍ଘନ ନକରିବା ପାଇଁ ଚେତାବନୀ ଦେଇଛନ୍ତି ସମ୍ପୃକ୍ତ ସ୍କ୍ୱାର୍ଡ

ସୂଚନା ଯୋଗ୍ୟ, ବିଏମ୍‌ସି କର୍ତ୍ତୃପକ୍ଷ ଖାଦ୍ୟ ସୁରକ୍ଷା ମାନକ ଆଇ-୨୦୦୬ ତଥା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ୨୦୧୬କୁ ଭିତି କରି ଏହି ପ୍ରକାର ପଦକ୍ଷେପ ନେଇଛନ୍ତି ବିଏମ୍‌ସି କମିସନର ସଂଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଚେତନତା ସାଙ୍ଗକୁ ଆବଶ୍ୟକ ସ୍ଥଳେ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକୁ କଡ଼ାକଡ଼ି କରାଯାଉଛି ବିଏମ୍‌ସିର ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ୍ ପଟେଲ୍‌ ନାଗରିକମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳଜନିତ ଆବଶ୍ୟକତାକୁ ଧ୍ୟାନ ଦେଇ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି।

Comments are closed.