ରାଜ୍ୟରେ ଆଇଏଏସ୍‌ ସ୍ତରରେ ଅଦଳ ବଦଳ

ବିଶାଳ ଦେବ ହେଲେ ଅର୍ଥ ସଚିବ

ଭୁବନେଶ୍ୱର ୨୯।୭: ବରିଷ୍ଠ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ୫ଜଣ ବରିଷ୍ଠ ଆଇଏଏସଙ୍କୁ ଅଦଳବଦଳ କରିଛନ୍ତି। ଆଇଏଏସ୍ ଅଶୋକ ମୀନାଙ୍କୁ ଅର୍ଥ ବିଭାଗରୁ ବଦଳି କରାଯାଇ ପଞ୍ଚାୟତିରାଜ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି। ଆଇଏଏସ୍ ବିଶାଳ ଦେବ ଅର୍ଥ ସଚିବ ଦାୟିତ୍ବ ଦିଆଯାଇଛି।। ଦେଓ ରଞ୍ଜନ ସିଂହଙ୍କୁ ଇସ୍ପାତ ଓ ଖଣି ସଚିବ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଇସ୍ପାତ ଓ ଖଣି ସଚିବ ଥିବା ଆଇଏଏସ୍‌ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ସଚିବ ଭାବେ ବଦଳି କରାଯିବା ସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆଇଏଏସ୍‌ ଭିନୀଲ କ୍ରୀଷ୍ଣାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

 

Comments are closed.