ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

0

ଭୁବନେଶ୍ୱର, ୬/୫, : ଭୁବନେଶ୍ୱରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରୁଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଭୁବନେଶ୍ୱର ଆକାଶରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅଧଘଣ୍ଟା ଉଡ଼ିଥିଲା। ଏହାପରେ ଝାରସୁଗୁଡ଼ା ଯାଇଥିଲା ହେଲିକପ୍ଟର। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା। ଏହି ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ କାର୍ତ୍ତିକ ପାଣ୍ଡିଆନ ଥିବାବେଳେ ଉଭୟ ସୁରକ୍ଷିତ ଅଛନ୍ତି।

 

Leave A Reply

Your email address will not be published.