ଦକ୍ଷିଣ ଭାରତରେ ଭୟଙ୍କର ରୂପ ନେଲାଣି କରୋନା

ବେଙ୍ଗାଲୁରୁ, ୬।୫: ଭାରତର ଦକ୍ଷିଣାଞ୍ଚଳରେ କରୋନାର କାୟା ବିସ୍ତାର ଜାରି ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କେରଳରେ ୪୨,୪୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୧,୫୫,୬୩୨ ଟି ନମୁନା ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୨,୪୬୪ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ବର୍ଦ୍ଧିତ ସଂକ୍ରମଣକୁ ମିଶାଇଲେ ରାଜ୍ୟରେ କରୋନା ସକ୍ରିୟ ହାର ୨୭.୨୮ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେହିପରି ଦିନକରେ ଏଠାରେ ୬୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୫,୬୨୮ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ବର୍ତ୍ତମାନ ୩,୯୦,୯୦୬ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

Comments are closed.