ଆଉ କିଛି ଘଣ୍ଟାରେ ବିମାନ ବନ୍ଦରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର, ୭।୧: ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରଥମ ପର୍ଯ୍ୟାୟରେ ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଆସୁଥିବା କରୋନା ଟିକା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଆଜି ରାତି ଅର୍ଥାତ ଆଉ କିଛି ଘଣ୍ଟା ପରେ ଏହି ଟିକା ଦିଲ୍ଲୀରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ରାତି ୯ଟାରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଏୟାରପୋର୍ଟରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ବର୍ତ୍ତମାନ କିଛି ଘଣ୍ଟା ବିଳମ୍ବରେ ପହଞ୍ଚିବ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଭାରତୀୟ ବାୟୁସେନାର ଏଆଇ ୮୫୦ ବିମାନରେ ପୁଣେରୁ କୋଭିସିଲ୍ଡ ଟିକାକୁ ଦିଲ୍ଲୀକୁ ଅଣା ଯାଉଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଟିକା ଗୁଡ଼ିକୁ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯିବ। ଏଠାରେ ଟିକାକୁ ସଂରକ୍ଷିତ ରଖିବା ପାଇଁ କୋଲ୍ଡ ଚେନ୍‌ର ବ୍ୟବସ୍ଥା କରାଯାଇଛି।

Comments are closed.