ସେପ୍ଟେମ୍ବର ୧୬ରେ ଲୋକାର୍ପିତ ହେବ କଟକ ନେତାଜୀ ବସ୍‌ ଟର୍ମିନାଲ

0

କଟକ, ୮/୯: ସେପ୍ଟେମ୍ବର ୧୬ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ ଟର୍ମିନାଲ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ଟର୍ମିନାଲର କରିବେ ଉଦଘାଟନ। ଏହାସହ ସେ ରାଣୀହାଟ ଠାରେ ଥିବା କ୍ଳକ ଟାୱାର, ଛତ୍ରବଜାର ଅର୍ବାନ ହାଟ, ବୋଟ କ୍ଲବ, ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପାଠାଗାର ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଯୋଜନାର ଶିଳାନ୍ୟାସ କରିବେ।

ତେବେ ଟର୍ମିନାଲରେ ଆସନ୍ତା ୧୧ରୁ ପରୀକ୍ଷାମୂଳକ ଭାବରେ ଯାତ୍ରୀବାହୀ ବସ୍‌ ଚଳାଚଳ ଆରମ୍ଭ ହେବ। ଏନେଇ ଶୁକ୍ରବାର କଟକ ନେତାଜୀ ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ସିଏମସି ମେୟର ସୁବାଷ ସିଂହ, କମିସନର ନିଖଳ ପୱନ କଲ୍ୟାଣ ଓ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ। ପାର୍କିଂ ବ୍ୟବସ୍ଥା, ପିଇବା ପାଣି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କଇଯାଇଛି।

ନିର୍ମାଣ ଚାଲିଥିବା ବସ ଟର୍ମିନାଲରେ ଡ୍ରାଇଭର ଏବଂ ହେଲ୍ପର ମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବିଶ୍ରାମ ଗୃହ, ଆହାର କେନ୍ଦ୍ର, ବସ ରହଣି ସ୍ଥାନ ଇତ୍ୟାଦି ସମୀକ୍ଷା କରିଛନ୍ତି ସିଏମସି ଅଧିକାରୀ। ହାତରେ ଆଉ କମ ସମୟ ରହୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି କମିସନର। ତେବେ ବସ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ୨୦ଟି ମୋ ବସ ସହ ମୋଟ ୧୯୧ଟି ବସ ମଧ୍ୟ ରହଣୀର ସୁବିଧା ରହିଛି।

ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତାକୁ ୬-ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ। ତେବେ ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ। ତେବେ କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେବ। ତେବେ ଟର୍ମିନାଲ ଛଡା ଅନ୍ୟ ମେଗା ପ୍ରକଳ୍ପର ମଧ୍ୟ ସେ ଦିନ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ରହିଥିବାରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଶୁକ୍ରବାର ସମୀକ୍ଷା କରାଯାଇଛି। ଟର୍ମିନାଲର ସବୁ କାମ ଏକପ୍ରକାର ଶେଷ ହୋଇ ଆସିଥିଲା ବେଳେ ଅଳ୍ପ କାମ ବାକି ରହିଛି ଯାହା ସମୟ ଥାଇ ଶେଷ କରି ଦିଆଯିବ ବୋଲି ସିଏମସି ପକ୍ଷରୁ ସୂଚନା ରହିଛି।

 

Leave A Reply

Your email address will not be published.