ଦୀଘା ଜଗନ୍ନାଥ ମନ୍ଦିର: ‘ଧାମ’ ଲେଖିବା ନେଇ ତେଜୁଛି ବିବାଦ, ମନ୍ତ୍ରୀ ଲେଖିଲେ ଚିଠି

0

ଭୁବନେଶ୍ବର, ୨/୫: ପଶ୍ଚିମବଙ୍ଗର ଦୀଘାରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ଆଇନ୍‌ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ ଅନ୍ତରୀଣ ତତନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାକୁ ବ୍ୟବସ୍ଥା କରାଯାଉ। କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ମଧ୍ୟ କରାଯାଉ ବୋଲି ସେ ଏକ ଚିଠି ଲେଖିଛନ୍ତି।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚିଠିରେ ଉଲ୍ଲେଖ କରି କହିଛନ୍ତି, ଗତ କିଛିଦିନଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗତ କିଛି ଦିନ ଧରି ଦ୍ବନ୍ଦାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ତଥା ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବା ଇତ୍ୟାଦି ବାବଦରେ ଚର୍ଚ୍ଚା ବିଷୟ ସଂପୂର୍ଣ୍ଣ ଅଗ୍ରହଣୀୟ ଅଟେ ଏବଂ ଏଭଳି କଥା ଗୁଡ଼ିକ ଜଗନ୍ନାଥପେପ୍ରେୀ, ଭକ୍ତ ସମାଜ ଓ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଅନୁଭବ ହେଉଛି।

ଏହା ପୂର୍ବରୁ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିବାରୁ ସେ ଦୀଘା ଯାଇଥିଲେ ବୋଲି କହିଛନ୍ତି। ଭୁଲ ଜିନିଷ ହେଲେ, ମୁଁ ସେଠାରେ ରହିବି ନାହିଁ। ନିମ୍ବ କାଠରେ ତିଆରି ମୂର୍ତ୍ତି ଦୀଘା ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ତିଥି ଅନୁସାରେ ପୂଜାର୍ଚ୍ଚନା କରାଯିବ। ପୁରୀ ବାଦ୍ କୌଣସିଠାରେ ବ୍ରହ୍ମ ନାହିଁ। ଏତିସହ ଜଗନ୍ନାଥଙ୍କ ଗରିମା କ୍ଷ୍ୟୁର୍ଣ୍ଣ ହେବାକୁ ଦେବି ନାର୍ହିଁ। ଦୀଘାରେ ପୁରୀ ଧାନ ଲେଖା ହଟାଇବା ପାଇଁ ଚିଠି ଲେଖିବି। ସରକାର ମଧ୍ୟ ନାମ ହଟାଇବାକୁ ଚିଠି ଲେଖନ୍ତୁ।

 

Leave A Reply

Your email address will not be published.