ନୂଆଦିଲ୍ଲୀ, ୨୯/୪: ଭାରତରେ ପ୍ରଥମେ ସନ୍ଧାନ କରାଯାଇଥିବା କରୋନା ଭୂତାଣୁର ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଏବେ ବିଶ୍ୱର ୧୭ଟି ଦେଶକୁ ବ୍ୟାପିସାରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟଏଚ୍ଓ) କହିଛି। ସଂଗଠନ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ସମୁଦାୟ ୧୨୦୦ ନମୁନାରେ ‘ ବି.୧.୬୧୭’ ନାମକ ଏହି ଷ୍ଟ୍ରେନକୁ ଠାବ କରାଯାଇଛି ।
ମୁଖ୍ୟତଃ ଭାରତ, ବ୍ରିଟେନ, ସିଙ୍ଗାପୁର ଓ ଆମେରିକାରେ ଏହି ଷ୍ଟ୍ରେନ୍ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ତେବେ ଏହି ଷ୍ଟ୍ରେନ ଯୋଗୁ ହିଁ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ବୋଲି; ସେମିତି କୌଣସି ସିଦ୍ଧାନ୍ତରେ ପହଂଚିନାହିଁ ଡବ୍ଳ୍ୟଏଚ୍ଓ। କାରଣ ଭାରତରେ ନିର୍ବାଚନ, ବିଭିନ୍ନ ଧାର୍ମିକ ଉତ୍ସବ ଓ ବ୍ରିଟିସ ତଥା ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଯୋଗୁଁ ବି କରୋନା ସଂକ୍ରମଣ ଏତେ ତୀବ୍ର ରୂପ ଧାରଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ଉକ୍ତ ଷ୍ଟ୍ରେନକୁ ସବୁଠାରୁ ଚିନ୍ତାଜନକ କିମ୍ବା ବିପଦଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିନାହିଁ ।
Comments are closed.