୮ରେ କୋଟିଆରେ ହେବନି ନିର୍ବାଚନ

ଜୟପୁର, ୬/୪: କୋଟିଆରେ ଆନ୍ଧ୍ରର ନିର୍ବାଚନ ଉପରେ ଅମରାବତୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆରେ ହେବନି ଆନ୍ଧ୍ରର ନିର୍ବାଚନ। ଆନ୍ଧ୍ରର ଜିଲ୍ଲା ପରିଷଦ ଓ ମଣ୍ଡଳ ନିର୍ବାଚନ ଉପରେ ରହିତାଦେଶ ଜାରି କଲେ ଅମରାବତୀ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ସମୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ସେପଟେ କୋଟିଆରେ ଆନ୍ଧ୍ରର ପ୍ରସ୍ତାବିତ ନିର୍ବାଚନ ବନ୍ଦ କରିବାକୁ କୋରାପୁଟରେ ସର୍ବଦଳୀୟ ବୈଠକ ହୋଇଥିଲା। ଏଥିରେ ରାଜ୍ୟର ଅଧିକାଂଶ ବିଧାୟକ ଉପସ୍ଥିତ ଥିବା ସୂଚନା ମିଳିଛି।

 

Comments are closed.