ସାମ୍‌ନାକୁ ଆସିଲା ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ୍‌ ଓ ହସ୍‌ପିଟାଲ୍‌ର ପ୍ରତୀକାତ୍ମକ ଫଟୋ

ଲକ୍ଷ୍ନୌ, ୧୯।୧୨: ରାମ ମନ୍ଦିର ଭଳି ଅଯୋଧ୍ୟାରେ ମସ୍‌ଜିଦ୍‌ ମଧ୍ୟ ନିର୍ମାଣ ହେବ। ମସ୍‌ଜିଦ୍‌ ସହ ଜନସାଧାରଣଙ୍କ ପାଇଁ ତଥା ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ଏହା ପରିସରର ହାସ୍‌ପିଟାଲ୍‌ ବି ନିର୍ମିତ ହେବ। ଏ ନେଇ ଏକ ପ୍ରତୀକାତ୍ମକ ଫଟୋ ଏବେ ସାର୍ବଜନୀନ କରାଯାଇଛି। ଏହାକୁ ଅତି ଚମତ୍କାର ଢଙ୍ଗରେ ନିର୍ମାଣ କରାଯିବ। ମସଜିଦ୍ ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ଆଜି ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ୍ ଓ ହସ୍ପିଟାଲର ପ୍ରତିକାତ୍ମକ ଫଟୋ ସାର୍ବଜନୀନ କରିଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ପାଇଁ ଆସନ୍ତା ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଠାରେ ମସଜିଦ ସହ ହସ୍ପିଟାଲ ବି ତିଆରି ହେବ। ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାମ ବେଳେ ହସ୍ପିଟାଲକୁ ଅଧିକ ସଂପ୍ରସାରଣ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Comments are closed.