ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ, ଭାଦବ ହାଂସଦା

0

ଭୁବନେଶ୍ବର, ୨୯/୨: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଆଜି ବିଜେପିରେ ଦୁଇଜଣ ପୂର୍ବତନ ବିଧାୟକ ସାମିଲ ହୋଇଛନ୍ତି। ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା  ଆଜି ବିରାଟ ପାଟୁଆରରେ ଆସି ବିଜେପିରେ ମିଶିଛନ୍ତି। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପି ବିଧାୟକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରୀ ନନ୍ଦ ଓ ଶ୍ରୀ ହାଂସଦା ବିଜେପିରେ ମିଶିଛନ୍ତି।

ନବୀନ ନନ୍ଦ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ଗଦିଆଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେହିପରି ସେ ସିପିଆଇ ତରଫରୁ ଲଢ଼ି ୨୦୦୯ରେ ‌ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଭାଦବ ହାଂସଦା ୨୦୧୪ରେ ମୟୂରଭଂଜ ଜିଲ୍ଲା ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେଶଇଥିଲେ।

ସେହିପରି କେନ୍ଦୁଝର ଜିଲ୍ଲା ଘସିପୁରାର ବିଜେପି ନେତା ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିରାଟ ପଟୁଆରରେ ଆସି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆନନ୍ଦପୁରରୁ ଝାନ୍ସୀରାଣୀ ଦାସଙ୍କ ନେତୃତ୍ୱରେ  ଅନେକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡିରେ ବିଜେପିରେ ଯୋଗ ଦେଇଛନ୍ତି। କଟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ବିଜେଡ଼ି ଓ କଂଗ୍ରେସ ଛାଡି ଆଜି ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଅପରାହ୍‌ଣରେ ବିଜେପିରେ ଯୋଗ ଦେଇଥିଲେ। ପ୍ରଶାନ୍ତଙ୍କୁ ଉତ୍ତରୀୟ ସହ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି। ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ ପ୍ରଶାନ୍ତଙ୍କ ସହ ତାଙ୍କର ସହକର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.