ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣ ବିଦ୍ୟାଳୟ ପୋଷାକ

0

ଭୁବନେଶ୍ବର, ୨୧/୬: ରାଜ୍ୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ସମସ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ବଣ୍ଟନ କରାଯିବ। ପ୍ରତି ବିଦ୍ୟାର୍ଥୀ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ସମଗ୍ର ଶିକ୍ଷା/ ପିଏମ୍‌ଶ୍ରୀ/ ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ଛାତ୍ରମାନଙ୍କୁ ଦୁଇ ହଳ ନିର୍ଦ୍ଧିଷ୍ଟ ରଙ୍ଗର ପ୍ୟାଣ୍ଟ୍‌ ଓ ଧଳା ସାର୍ଟ ପ୍ରଦାନ କରାଯିବ। ଏଥିସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀମାନଙ୍କୁ ୨ ହଳ ଫ୍ରକ୍‌ (ଝାଲେରୀ ସହିତ) ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କୁ ଦୁଇ ହଳ ସାଲ୍‌ୱାର୍‌ କମିଜ ଓ ଓଢ଼ଣୀ ଦିଆଯିବ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତର ଅର୍ଥାତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ତାଙ୍କ ପୋଷାକ ବାବଦକୁ ଉଦ୍ଦିଷ୍ଟ ଅର୍ଥ ସେହି ସବୁ ବିଦ୍ୟାଳୟକୁ ପ୍ରଦାନ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୋଷାକ ବିତରଣ କରାଯିବ। ସଠିକ୍‌ ମାପ ହିସାବରେ ପୋଷାକ ପ୍ରଦାନ କରାଯିବ। ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବ। ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୧୫ ସୁଦ୍ଧା ସୁନିଶ୍ଚିତ କରାଯିବ।

Leave A Reply

Your email address will not be published.