ଅଗଷ୍ଟ ୧୬ରୁ ପୁରୀ ସ୍ବର୍ଗଦ୍ବାରରେ ହୋଇପାରିବ ଶବସତ୍କାର

ପୁରୀ, ୧୪।୮ : ଏଣିକି ପୁରୀ ସ୍ବର୍ଗଦ୍ବାରରେ ହୋଇପାରିବ ଶବସତ୍କାର। ଦୀର୍ଘ ଦିନ ପରେ ପୁରୀ ସ୍ଵର୍ଗଦ୍ଵାରରୁ କଟକଣା ହଟିଛି। ସ୍ଵର୍ଗଦ୍ଵାରରେ ଶବସତ୍କାର ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ‌ଅଗଷ୍ଟ ୧୬ ତାରିଖରୁ ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବସତ୍କାର କରିପାରିବେ। ତେବେ ଶବ ସତ୍କାର ବେଳେ ଶବ ସହ ମାତ୍ର ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ପାଇଁ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗିଥିଲା। ଏପ୍ରିଲ ୨୬ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା। ଜିଲ୍ଲା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ।

 

Comments are closed.