ଏଣିକି ହର୍ଲିକ୍ସ ‘ହେଲଥ ଡ୍ରିଙ୍କ୍ସ’ ନୁହେଁ

0

ନୂଆଦିଲ୍ଲୀ, ୨୫/୪: ବିଶ୍ବର ବୃହତ୍ତମ କଞ୍ଜ୍ୟୁମର ଗୁଡ୍‌ସ କମ୍ପାନି ନେସ୍‌ଲେ ଶିଶୁ ଦୁଗ୍ଧ ଏବଂ ଶସ୍ୟଜାତୀୟ ଖାଦ୍ୟରେ ଚିନି ଏବଂ ମହୁ ମିଶାଉଥିବା ଅଭିଯୋଗ ପରେ ଦୁଇ ଭାରତୀୟ କମ୍ପାନି ‘ଏମ୍‌ଡିଏଚ୍‌’ ଓ ‘ଏଭରେଷ୍ଟ୍‌’ ମସଲାରେ ଅନୁମତିଯୋଗ୍ୟ ମାତ୍ରାଠାରୁ ଅଧିକ ପରିମାଣର ଏଥିଲିନ ଅକ୍ସାଇଡ୍‌ ନାମକ କୀଟନାଶକ ମିଶାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇ ଦେଇଛନ୍ତି।

ଏହି କ୍ରମରେ ହର୍ଲିକ୍ସକୁ ନେଇ  ବି ଏକ ବଡ଼ ଖବର ସାମ୍ନ‌ାକୁ ଆସିଛି ।  ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (ଏଚୟୁଏଲ) ହର୍ଲିକ୍ସର ‘ହେଲଥ ଡ୍ରିଙ୍କ୍ସ’ ବର୍ଗକୁ ବଦଳାଇ ପୁଣିଥରେ ନାମିତ କରିଛି। ପରିବର୍ତ୍ତିତ ନାମ ଅନୁଯାୟୀ ହର୍ଲିକ୍ସ ହେଉଛି ‘ଫଙ୍କସନାଲ ନ୍ୟୁଟ୍ରିସନାଲ ଡ୍ରିଙ୍କ୍ସ’ (ଏଫଏନଡି) । ଏଥିସହ ହର୍ଲିକ୍ସରୁ ‘ହେଲଥ’ ଲେବଲକୁ ବି କମ୍ପାନି ହଟାଇ ଦେଇଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଅନେକ ପାନୀୟ କମ୍ପାନିଙ୍କୁ ଇ-କମର୍ସ ପ୍ଲାଟଫର୍ମରୁ ‘ହେଲ୍ଦି ଡ୍ରିଙ୍କ୍ସ’ ବର୍ଗରୁ ହଟାଇବା ନିର୍ଦ୍ଦେଶ ଦେବା ପରେ କମ୍ପାନି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଫୁଡ୍ ଫାର୍ମ ଅଭିଯୋଗ କରିବା ପରେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣକୁ ନମୂନା ପରୀକ୍ଷା କରିବାକୁ କୁହାଯାଇଥିଲା। ଏହି ପରୀକ୍ଷଣରୁ ହର୍ଲିକ୍ସରେ ଶର୍କରା ସ୍ତର ଅଧିକ ଥିବା ଜଣା ପଡିଥିଲା। ଏହାପରେ ହର୍ଲିକ୍ସ ହେଲଥ ଡ୍ରିଙ୍କ୍ସ ବର୍ଗରୁ ହଟାଇବାକୁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା।

Leave A Reply

Your email address will not be published.