ଭୁବନେଶ୍ୱର, ୧୭/୬ : ରାଜ୍ୟରେ ଦରଦାମ ହୁହୁ ହୋଇ ବଢ଼ିଚାଲିଛି। ଏହି ସମୟରେ ବର୍ଦ୍ଧିତ ବିଦ୍ୟୁତ୍ ଦର ଉପଭୋକ୍ତାଙ୍କୁ କଷ୍ଟ ଦେଉଛି। ବିଦ୍ୟୁତ୍ ଯୋଗାଣରେ ବିଶୃଙ୍ଖଳା ବେଡ଼ି ଉପରେ କୋରାଡ଼ା ମାଡ଼ ଭଳି ହୋଇଛି। ଏଭଳି ସ୍ଥିତିରେ ଯଦି ବିଦ୍ୟୁତ୍ ଦର ବଢ଼େ ତେବେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମହାସଂଘର ସମ୍ପାଦକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ, ଆଶିଷ କାନୁନଗୋ, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଭାସ ସାମନ୍ତରାୟ, ହେମନ୍ତ କୁମାର, ପ୍ରମିଳା ବେହେରା, ସୌମ୍ୟ ରଞ୍ଜନ ମହାପାତ୍ର, ସାମାଜିକ କର୍ମୀ ସୁବାସ ପଣ୍ଡା, ମାନସ ଜେନା ଓ ସାହିତ୍ୟିକ କୃଷ୍ଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
Comments are closed.