ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଏନ୍ଏବିଏଚ୍ ମାନ୍ୟତା

ଭୁବନେଶ୍ବର, ୨୪।୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ସମ୍‌ ହସ୍‌ପିଟାଲ୍‌କୁ ସମ୍ମାନଜନକ ନ୍ୟାସନାଲ୍‌ ଆକ୍ରେଡିସନ୍‌ ବୋର୍ଡ ଫର୍‌ ହସ୍‌ପିଟାଲ୍‌ସ୍‌ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏଚ୍‌ଏବିଏଚ୍‌) ସ୍ବୀକୃତି ପ୍ରାପ୍ତ ହୋଇଛି।  ଗତ ମେ’ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ବୀକୃତି ଆସନ୍ତା ୪ ବର୍ଷ ଯାଏ ବଳବତ୍ତର ରହିବ। ଏନ୍‌ଏବଏଚ୍‌ ହେଉଛି କ୍ବାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଏକ କନ୍‌ଷ୍ଟିଚ୍ୟୁଏଣ୍ଟ ବୋର୍ଡ। ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍‌ପିଟାଲ ଦ୍ବିତୀୟ ଥର ପାଇଁ ଏହି ଏନ୍‌ଏବିଏଚ୍‌ ମାନ୍ୟତା ହାସଲ କରିଛି।

Comments are closed.