ଆୟକର ରିଟର୍ଣ୍ଣ ଏବଂ ଅଡିଟ ରିପୋର୍ଟ ଦାଖଲର ତାରିଖ ବୃଦ୍ଧି

0

କୋଭିଡ଼ -19 ସଂକ୍ରମଣ କାରଣରୁ ଟିକସଦାତାମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଡ଼ କରିବା ଏବଂ ନିୟନ୍ତ୍ରଣ ବ୍ୟବସ୍ଥାକୁ ପାଳନ କରିବା ଦିଗରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ବିଚାର କରି ସରକାର ମାର୍ଚ୍ଚ 31, 2020ରେ ଟିକସ ଓ ଅନ୍ୟାନ୍ୟ ବିଧି (କେତେକ ବ୍ୟବସ୍ଥାର ରିହାତି) ଅଧ୍ୟାଦେଶ ଜାରି କରିଛନ୍ତି ଯାହାକି ବିଭିନ୍ନ ଟିକସ ଭରଣା ଏବଂ କାଗଜାତ ପୈଠ କରିବାର ଚୂଡ଼ାନ୍ତ ତାରିଖକୁ ବଢ଼ାଇ ଦେବାରେ ସହାୟକ ହୋଇଛି । ଇତି ମଧ୍ୟରେ ଏହି ଅଧ୍ୟାଦେଶ ସ୍ଥାନରେ ଟିକସ ଓ ଅନ୍ୟାନ୍ୟ ବିଧି (କେତେକ ବ୍ୟବସ୍ଥାର ରିହାତି) ଆଇନ କାର୍ଯ୍ୟକାରୀ କରାଯାଇଛି ।

ସରକାର ଉପରୋକ୍ତ ଅଧ୍ୟାଦେଶ ଅଧୀନରେ ଜୁନ 24, 2020 ତାରିଖ ଦିନ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯାହାଦ୍ୱାରା ଅନ୍ୟାନ୍ୟ ବ୍ୟବସ୍ଥା ସହିତ, ଆର୍ଥିକ ବର୍ଷ 2019-20 (ଏୱାଇ 2020-21) ଆର୍ଥିକ ବର୍ଷ ସକାଶେ ଆୟକର ରିଟର୍ଣ୍ଣ ଦାଖଲର ତାରିଖକୁ ନଭେମ୍ବର 30, 2020 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ତେଣୁ ଯେଉଁ ଆୟକର ପୂର୍ବରୁ ଜୁଲାଇ 31, 2020 ତାରିଖ ଏବଂ ଅକ୍ଟୋବର 31, 2020 ତାରିଖ ସୁଦ୍ଧା ପୈଠ କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ଏବେ ନଭେମ୍ବର 30, 2020 ତାରିଖ ସୁଦ୍ଧା ପୈଠ କରାଯାଇପାରିବ । ପରିଣାମତଃ, ଆୟକର ଆଇନ, 1961 (ଆଇନ) ଅଧୀନରେ ଯେଉଁ ଟ୍ୟାକ୍ସ ଅଡ଼ିଟ ରିପୋର୍ଟ ସମେତ ବିଭିନ୍ନ ପ୍ରକାର ଅଡ଼ିଟ ରିପୋର୍ଟ ପୈଠ ସକାଶେ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ଅକ୍ଟୋବର 31, 2020 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଟିକସଦାତାମାନଙ୍କୁ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ ନିମନ୍ତେ ଅଧିକ ସମୟ ପ୍ରଦାନ ନିମନ୍ତେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି ଯେ ଆୟକର ରିଟର୍ଣ୍ଣ ଦାଖଲ ସକାଶେ ଧାର୍ଯ୍ୟ ହୋଇଥିବା ତାରିଖକୁ ଆହୁରି ଘୁଞ୍ଚାଯିବ ।

(କ) ଆଇନ ଅନୁସାରେ ଟିକସଦାତାମାନେ (ସେମାନଙ୍କ ମଧ୍ୟରେ ସେମାନଙ୍କର ଅଂଶୀଦାର ସାମିଲ) ଯେଉଁମାନଙ୍କୁ ସେମାନଙ୍କର ଆକାଉଣ୍ଟ ଅଡ଼ିଟ୍ (ଯେଉଁମାନଙ୍କ ସକାଶେ ଧାର୍ଯ୍ୟ ତାରିଖ (ଏଭଳି ବିଜ୍ଞପ୍ତି ଦ୍ୱାରା ତାରିଖ ବୃଦ୍ଧି କରାଯିବା ପୂର୍ବରୁ) ଆୟକର ରିଟର୍ଣ୍ଣ ପାଇଁ ଅକ୍ଟୋବର 31, 2020କୁ ଯେଉଁ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ଏବେ ଜାନୁଆରୀ 31, 2021କୁ ଘୁଞ୍ଚାଇ ଦିଆଯାଇଛି ।

(ଖ) ଆଇନ ଅନୁସାରେ ଯେଉଁ ଟିକସଦାତାମାନେ ସେମାନଙ୍କର ଆୟକର ରିଟର୍ଣ୍ଟ ପୈଠ ସକାଶେ, ସେମାନଙ୍କର ଅନ୍ତରାଷ୍ଟ୍ରୀୟ/ ନିର୍ଦ୍ଦିଷ୍ଟ ଘରୋଇ କାରବାର ନିର୍ବିଶେଷରେ (ଯେଉଁମାନଙ୍କ ପାଇଁ ଧାର୍ଯ୍ୟ ତାରିଖ (ଅର୍ଥାତ୍, ଏହି ବିଜ୍ଞପ୍ତି ଦ୍ୱାରା ସେହି ତାରିଖ ଘୁଞ୍ଚାଯିବା ପୂର୍ବରୁ) ଯେଉଁ ତାରିଖ ନଭେମ୍ବର 30, 2020 ବୋଲି ଧାର୍ଯ୍ୟ କରାଯାଇଥିଲା) ତାହା ଏବେ ଜାନୁଆରୀ 31, 2021କୁ ଘୁଞ୍ଚାଇ ଦିଆଯାଇଛି ।

(ଗ) ଆଇନ ଅନୁସାରେ Uଅନ୍ୟ ଟିକସତାତାମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ନିମନ୍ତେ (ଯେଉଁମାନଙ୍କ ପାଇଁ ଧାର୍ଯ୍ୟ ତାରିଖ (ଅର୍ଥାତ୍, ଏହି ବିଜ୍ଞପ୍ତି ମାଧ୍ୟମରେ ତାହା ଘୁଞ୍ଚାଯିବା ପୂର୍ବରୁ) ଜୁଲାଇ 31, 2020 ତାରିଖ ବୋଲି ଧାର୍ଯ୍ୟ କରାଯାଇଥିଲା) ତାହା ଏବେ ଡିସେମ୍ବର 31, 2020 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ପରିଣାମତଃ, ଏହି ଆଇନ ଅନୁସାରେ ଟ୍ୟାକ୍ସ ଅଡ଼ିଟ୍ ରିପୋର୍ଟ ଏବଂ ଅନ୍ତରାଷ୍ଟ୍ରୀୟ/ ନିର୍ଦ୍ଦିଷ୍ଟ ଘରୋଇ କାରବାର ନିର୍ବିଶେଷରେ ଯେଉଁ ବିଭିନ୍ନ ଅଡ଼ିଟ୍ ରିପୋର୍ଟ ଦାଖଲ କରିବା ପାଇଁ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ଏବେ ଡିସେମ୍ବର 31, 2020କୁ ଘୁଞ୍ଚାଇ ଦିଆଯାଇଛି ।

ଅଧିକନ୍ତୁ, କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଟିକସଦାତାଙ୍କୁ ରିହାତି ପ୍ରଦାନ ନିମନ୍ତେ, ଏହି ବିଜ୍ଞପ୍ତି ଯାହା ଜୁନ 24, 2020 ତାରିଖରେ ଜାରି କରାଯାଇଥିଲା ସେଥିରେ ଟିକସଦାତାମାନେ ସ୍ୱଆକଳନ ପୈଠ, ଯେଉଁମାନଙ୍କର ସ୍ୱଆକଳନ ଟିକସ ମୂଲ୍ୟ 1 ଲକ୍ଷ ଟଙ୍କା ଭିତରେ ହୋଇଥିବ ତାହାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ତଦନୁସାରେ, ଟିକସଦାତାମାନେ ଯେଉଁମାନେ କି ସ୍ୱଆକଳନ କରି ସେମାନଙ୍କର ଟିକସ ପୈଠ କରିବାର ଓ ସେମାନଙ୍କର ଆକାଉଣ୍ଟ ଅଡ଼ିଟ କରିବାର ଥିଲା ତାହାକୁ ଜୁଲାଇ 31, 2020ରୁ ନଭେମ୍ବର 30, 2020 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ଏବଂ ଅଡ଼ିଟେବଲ ମାମଲା କ୍ଷେତ୍ରରେ ଏହି ତାରିଖକୁ ଅକ୍ଟୋବର 31, 2020 ତାରିଖରୁ ନଭେମ୍ବର 30, 2020 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

କ୍ଷୁଦ୍ର ଓ ମଧ୍ୟମ ଧରଣର ଟିକସଦାତାମାନଙ୍କୁ ସେମାନଙ୍କର ସ୍ୱଆକଳନ ଟିକସ ପୈଠ କ୍ଷେତ୍ରରେ ରିଲିଫ ପ୍ରଦାନ ସକାଶେ, ସ୍ୱଆକଳନ ଟିକସ ପୈଠ ତାରିଖକୁ ପୁଣି ଥରେ ବଢ଼ାଇ ଦିଆଯାଇଛି । ତଦନୁସାରେ, ସ୍ୱଆକଳନ ଟିକସତାଦାତାମାନଙ୍କ ଟିକସ ପୈଠ, ଯେଉଁମାନଙ୍କ ସ୍ୱଆକଳନ ପରିମାଣ 1 ଲକ୍ଷ ଟଙ୍କା ମଧ୍ୟରେ ହୋଇଥିବ ସେମାନଙ୍କ ପାଇଁ ପୈଠ ତାରିଖ ଜାନୁଆରୀ 31, 2021କୁ ଘୁଞ୍ଚାଇ ଦିଆଯାଇଛି ଏବଂ ତାହା ପାରା 3(ଏ) ଏବଂ ପାରା 3(ବି)ରେ ଟିକସଦାତାମାନଙ୍କ ପାଇଁ ସୂଚୀତ କରାଯାଇଛି ଏବଂ ଡିସେମ୍ବର 31, 2020 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିବା ତାରିଖ ପାରା 3(ସି)ରେ ସୂଚନା ଦିଆଯାଇଛି ।

ଉପଯୁକ୍ତ ସମୟରେ ଏ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.