ଜଳବାୟୁ ସମ୍ମିଳନୀକୁ ବାଇଡେନ୍‌ଙ୍କ ମୋଦିଙ୍କୁ ନିମନ୍ତ୍ରଣ: ଡକା ହେଲେନି ପାକିସ୍ଥାନ ପ୍ରଧାନମନ୍ତ୍ରୀ

 

ନୂଆଦିଲ୍ଲୀ, ୩।୪: ଚଳିତ ମାସ ୨୨ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ଭର୍ଚୁଆଲ ଜଳବାୟୁ ସମ୍ମିଳନୀରେ ଭାଗ ନେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ମୋଟ ୪୦ଟି ଦେଶର ନେତାଙ୍କୁ ଏହି ସମ୍ମିଳନୀରେ ଭାଗ ନେବା ପାଇଁ ନିମନ୍ତ୍ରଣ ଦିଆଯାଇଛି ଏବଂ ସେମାନଙ୍କ ଭିତରେ ମୋଦି ବି ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କ ନିମନ୍ତ୍ରଣକୁ ଗ୍ରହଣ କରିବା ସହିତ ତାଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଭାରତର ବିଦେଶ ମନ୍ତ୍ରଣାଳୟ ଦ୍ୱାରା ସୂଚନା ଦିଆଯାଇଛି କି ଜଳବାୟୁ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଦୂତ ଜନ କେରି ଏପ୍ରିଲ ୫ରୁ ଭାରତ ଗସ୍ତରେ ଆସୁଛନ୍ତି ସେ ଏପ୍ରିଲ ଯାଏଁ ଭାରତରେ ରହିବେ ଏବଂ ଭାରତୀୟ ନେତୃବୃନ୍ଦଙ୍କ ସହ ଉକ୍ତ ସମ୍ମିଳନୀ ନେଇ କିଛି ଆଲୋଚନା କରିବେ ଏହି ସମ୍ମିଳନୀକୁ କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ

Comments are closed.