ଖୁବଶୀଘ୍ର ‌ସରିବ ଖୋର୍ଧା-ବଲାଙ୍ଗୀର ରେଳପଥ କାମ: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଟିଟିଲାଗଡ, ୨୨।୮: ଖୁବଶୀଘ୍ର ‌ସରିବ ଖୋର୍ଧା-ବଲାଙ୍ଗୀର ରେଳପଥ କାମ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି ଆଜି କେନ୍ଦ୍ର ରେଳ ମନ୍ତ୍ରୀ ବୈଷ୍ଣବ ବଲାଙ୍ଗୀର ଗସ୍ତରେ ଥିବା ବେଳେ ଟିଟିଲାଗଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି

ସେ କହିଥିଲେ ଯେ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ଖୋର୍ଧା-ବଲାଙ୍ଗୀର ରେଳପଥ ସହ ଅନ୍ୟାନ୍ୟ ପ୍ରକଳ୍ପ ଓ ଟେଲି ଯୋଗାଯୋଗ ସମ୍ପର୍କରେ ସମସ୍ତ ଦାବି ଜଣାଇଛନ୍ତି ଯାହାକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ଯେଉଁଠି ରାଜ୍ୟ ସରକାର, ଜଙ୍ଗଲ ବିଭାଗ ଆଦିର ସହଯୋଗ ଦରକାର ହେବ, ସେଠାରେ ସହଯୋଗ ନିଆଯିବ ବିଶେଷ କରି ଖୋର୍ଧା-ବଲାଙ୍ଗୀର ରେଳପଥ ଓଡ଼ିଶା ତଥା ବଲାଙ୍ଗୀରର ସ୍ୱପ୍ନର ପ୍ରକଳ୍ପ ତେଣୁ ସେ କିଲୋମିଟର କିଲୋମିଟର କରି ଅନୁଧ୍ୟାନ କରିଛନ୍ତି ସମସ୍ତ ସମସ୍ୟାକୁ ଦୃଷ୍ଟି ଦିଆଯାଇ ଜମି ଅଧିଗ୍ରହଣ ସହ କାମ କରାଯିବ

ପ୍ରଧାନମନ୍ତ୍ରୀଙ୍କ ଆର୍ଶୀବାଦରୁ ଏଥିପାଇଁ ଅର୍ଥର କୌଣସି ସମସ୍ୟା ରହିବ ନାହିଁ । ଏଥିସହ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି  ଜନ ଆର୍ଶୀବାଦ ଯାତ୍ରାରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଏହାର ସମାଧାନ ପାଇଁ କାର୍ଯ୍ୟ କରାଯିବ ବୋଲି କହିଥିଲେ ଏହାପରେ କେନ୍ଦ୍ର ମନ୍ତ୍ରୀ ବଲାଙ୍ଗୀର ଅଭିମୁଖେ ଯାତ୍ରା  କରିଥିଲେ।  

Comments are closed.