ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର

0

ଭୁବନେଶ୍ବର, ୭/୪ : ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବିଜେପି ଛାଡ଼ିଥିବା ଲେଖାଶ୍ରୀ ।

ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ। ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ବ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା, ତାହା ବିଜେପି ପୂରଣ କରିବାକୁ ଦେଲାନି। ଏତେ ପରିଶ୍ରମ କରିକି ବି ଦଳର ନେତୃତ୍ୱ ମୋ ଉପରେ ଭରସା କଲେନି। ମୋ ପାଇଁ ବିଜେପିରେ ଏତିକି କାମ ଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଚିନ୍ତାଧାରା ମୋତେ ବିଜେଡିରେ ସାମିଲ ହେବାକୁ ପ୍ରେରଣା ଦେଲା।

 

Leave A Reply

Your email address will not be published.