ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ମାଡ଼: ବଢ଼ିଲା ଏଲପିଜି ସିଲିଣ୍ଡର ଦର

୩ ମାସରେ ୪୧ ଟଙ୍କା ବଢ଼ିଲା

0

ନୂଆଦିଲ୍ଲୀ, ୧/୩: ମାର୍ଚ୍ଚ ଆରମ୍ଭରୁ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ତୈଳ କମ୍ପାନୀଗୁଡ଼ିକ ମାର୍ଚ୍ଚ ୧ରୁ ଗ୍ୟାସ ସିଲିଣ୍ଡର ଦରକୁ ସଂଶୋଧନ କରିଛନ୍ତି। କମ୍ପାନୀଗୁଡିକ ପକ୍ଷରୁ ଶୁକ୍ରବାର ସକାଳେ ଏନେଇ ଘୋଷଣା କରି ଉପଭୋକ୍ତାଙ୍କୁ ବଡ଼ ଝଟକା ଦେଇଛନ୍ତି। କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି।

ଲୋକସଭା ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀଗୁଡିକ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଛୋଟ ଠେଲା ବ୍ୟବସାୟୀଙ୍କ ଉପରେ ବୋଝ ଲଦିଛନ୍ତି। ଲଗାତାର ଦୁଇମାସ ଧରି କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି ଲାଗି ରହିଛି। ଏବେ ଏହା ପୁଣି ବଢ଼ିଛି। ଫଳରେ ଲୋକସଭା ନିର୍ବାଚନ ପୂର୍ବରୁ କିଛି ନୂଆ ଆଶା କରୁଥିବା ଲୋକେ ନିରାଶ ହୋଇଛନ୍ତି।

ଦର ବୃଦ୍ଧି ପରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ୧୭୯୫ ଟଙ୍କା ହୋଇଥିବାବେଳେ କୋଲକାତାରେ ୧୯୧୧ ଟଙ୍କା, ମୁମ୍ବାଇରେ ୧୭୪୯ ଟଙ୍କା ଏବଂ ଚେନ୍ନାଇରେ ୧୯୬୦ ଟଙ୍କା ହୋଇଛି। ଲକ୍ଷ୍ନୌ‌ରେ ଏହା ୧୯୦୯ ଟଙ୍କା ଛୁଇଁଛି।

ପୂର୍ବରୁ ଜାନୁଆରୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୧.୫୦ ଟଙ୍କା ବଢ଼ିଥିଲା। ଫେବ୍ରୁଆରୀରେ ୧୪ ଟଙ୍କା ବୃଦ୍ଧି ହୋଇଥିଲା। ଏବେ ଏହା ୨୫.୫୦ ଟଙ୍କା ବଢ଼ିଛି।  ଗତ ୩ ମାସ ମଧ୍ୟରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ମୋଟ ୪୧ ଟଙ୍କା ବୃଦ୍ଧି ପାଇଛି। କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ମାର୍ଚ୍ଚ ୧ଠାରୁ ଲାଗୁ ହୋଇଛି।

 

Leave A Reply

Your email address will not be published.