ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିସନର ଦାୟିତ୍ବ

ଭୁବନେଶ୍ବର, ୨୭/୧:  ରାଜ୍ୟ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ୨୦୨୭ରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ  ସରକାର ରାଜ୍ୟର ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି। ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର। ଦୀର୍ଘବର୍ଷର କ୍ୟାରିୟର ମଧ୍ୟରେ ମଧୁସୂଦନ ପାଦୀ ବିଭିନ୍ନ ପଦବୀରେ ଓଡ଼ିଶା ସରକାରଙ୍କ ପାଇଁ କାର୍ଯ୍ୟ କରିଥିଲେ।

ସେ ପରିବହନ କମିସନର, ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ସଚିବ ଭାବରେ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ ଓମଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଖାଦ୍ୟ ଯୋଗାଣ ବିଭାଗର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

 

Comments are closed.