ମଞ୍ଜୁଲତା କହଁର ହେଲେ ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର

0

ଭୁବନେଶ୍ବର, ୯।୪: ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି କର୍ପୋରେଟର ମଞ୍ଜୁଲତା କହଁର। ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ହୋଇଥିଲେ।  ଆଉ କେହି ନାମାଙ୍କନ ଦାଖଲ ନ କରିବାରୁ ନିନ୍ଦ୍ୱର୍ଦ୍ୱରେ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ପିଜି କରିଛନ୍ତି।

ଡେପୁଟି ମେୟର ମଞ୍ଜୁଲତା କହଁର କହିଛନ୍ତି, ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାକୁ ମୁଁ ସୂଚାରୁ ରୂପେ ତୁଲାଇବି।  ମୁଁ ସମସ୍ତଙ୍କୁ ନେଇ କାମ କରିବି। ଭୁବନେଶ୍ୱର ଥିବା ଡ୍ରେନେଜ୍‌ ସମସ୍ୟାକୁ ଦୂର କରିବି। ୬୭ ଓ୍ୱାର୍ଡ ବିଶିଷ୍ଟ ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ୪୮ଟି ଓ୍ୱାର୍ଡରେ ଜିତିଥିବା ବେଳେ ବିଜେପି ୧୦ ଓ ସ୍ୱାଧୀନ ପ୍ରାର୍ଥୀ ୯ଟିରେ ବିଜୟୀ ହୋଇଥିଲେ। ସୂଚନାଯୋଗ୍ୟ, କଟକରେ ଡେପୁଟି ମେୟର ଭାବେ ଦମୟନ୍ତୀ ମାଝୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।  ଗତକାଲି ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.