ଅଗଷ୍ଟ ୧୧ରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା

୩ ଦିନରେ ଶେଷ ହେବ ମୂଲ୍ୟାୟନ

ଭୁବନେଶ୍ବର, ୨।୮ : ଏବେ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷାର ଖାତା ଦେଖା ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅଗଷ୍ଟ ୧୧ରୁ ଖାତା ଦେଖା ଆରମ୍ଭ ହୋଇ ତିନି ଦିନରେ ଶେଷ ହେବ ୭ଟି ଜିଲ୍ଲାରେ ୯ଟି କେନ୍ଦ୍ରରେ ପ୍ରାୟ ୧୫ ହଜାର ପରୀକ୍ଷାର୍ଥୀଙ୍କ ଖାତା ଦେଖାଯିବ।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଏଥର ବାର୍ଷିକ ମାଟ୍ରିକ ପରୀକ୍ଷା ହୋଇ ନଥିଲା । ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାଙ୍କନ କରି ରେଜଲ୍ଟ ପ୍ରକାଶ କରାଯାଇଥିଲା କିନ୍ତୁ ଯେଉଁ ଛାତ୍ରଛାତ୍ରୀ ଏହି ବିକଳ୍ପ ମୂଲ୍ୟାଙ୍କନରେ ଅସନ୍ତୋଷ ପ୍ରକଟ କରିଥିଲେ ସେମାନଙ୍କ ପାଇଁ ଅଫଲାଇନ ପରୀକ୍ଷାର ଆୟୋଜନ କରାଯାଇଛି।

Comments are closed.