ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକା ଦେବାକୁ କହିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର, ୧୭।୩: ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଟିକା ଦିଆଯାଉ। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଏଥିରେ ସାମିଲ୍‌ କରାଯାଉ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ ମହାପାତ୍ର। ଏଥିସହ ବିଦ୍ୟୁତ, ଜଳଯୋଗାଣ, ଏୟାରପୋର୍ଟ, ରେଲୱେ ଓ ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ମିଳୁ। ସେହିପରି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକା ଦେବାକୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଜାନୁଆରୀ ୧୬ ତାରିଖରେ ଭାରତରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏବେ ବୃଦ୍ଧ, ବୃଦ୍ଧା ଓ ରୋଗାଗ୍ରସ୍ତ ଲୋକଙ୍କୁ ଟିକା ଦିଆ ଯାଉଛି। ମଙ୍ଗଳବାର ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଛି।

Comments are closed.