ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ; ଅତ୍ୟାବଶ୍ୟକ ବ୍ୟବସ୍ଥା ପାଇଁ ପରାମର୍ଶ

ଭୁବନେଶ୍ବର, ୨/୪: ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ପିଲାମାନେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ିବେ। ଖରା ଏବଂ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଗ୍ରୀଷ୍ମପ୍ରବାହ ଛୁଟି ପର୍ଯ୍ୟନ୍ତ ସକାଳୁଆ ପାଠପଢ଼ା ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଜାରି ହୋଇଛି। ଗଣଶିକ୍ଷା ସଚିବ ଏନ୍‌ ତିରୁମାଳା ନାଏକ ଏହି ସୂଚନା ଦେଇଛନ୍ତି। ତେବେ ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିଦ୍ୟାଳୟ ପରିସର‌ରେ ଥିବା ନଳକୂପର ମରାମତି କରାଯିବ। ପାଣି ପିଇବା ପାଇଁ ପିଲାମାନଙ୍କୁ କିଛି ସମୟ ବିରତି ଦିଆଯିବ। ସ୍କୁଲରେ ଓଆରଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ। ବିଦ୍ୟାଳୟ ବାହାରେ କାର୍ଯ୍ୟକ୍ରମକୁ କମ ଗୁରୁତ୍ବ ଦିଆଯିବ।

 

Comments are closed.