ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଖେଳିଲେ ମହିଳା କାର୍ଡ, ମା’ ଆଗେଇଲେ ଦେଶ ବଢ଼ିବ

ଭୁବନେଶ୍ବର ୨୬।୧୨: ବିଜେଡିର ଆଜି ଥିଲା ପ୍ରତିଷ୍ଠା ଦିବସ। ଏହି ଅବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ, ‘କଥାରେ ନୁହେଁ କାମରେ ବିଶ୍ବାସ କରେ ବିଜେଡି। ନିର୍ବାଚନ ବେଳେ ଜାତୀୟ ଦଳ ବଡ଼ ବଡ଼ କଥା କୁହନ୍ତି। ନିର୍ବାଚନ ପରେ ସବୁ କିଛି ଭୁଲି ଯାଆନ୍ତି।ମହିଳାଙ୍କ ଉପରେ ଅଧିକ ଫୋକସ୍ଦେଇଛି ବିଜେଡି ସରକାର ନବୀନ କହିଛନ୍ତି, ରାଜ୍ୟର ୮୦ ଲକ୍ଷ ମହିଳା ମିସନ ଶକ୍ତିରେ ସାମିଲ ହୋଇଛନ୍ତି ସଶକ୍ତ ସଂଗଠନ ସଶକ୍ତ ରାଜ୍ୟ ଗଠନ କରିପାରିବ ବୋଲି ନବୀନ କହିଛନ୍ତି ମହିଳାଙ୍କୁ ହକ୍ମିଳିବା ଦରକାର। ମହିଳା ସଶକ୍ତିକରଣକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛି ବୋଲି ନବୀନ କହିଛନ୍ତି ମା’-ଭଉଣୀ ଆଗକୁ ଆସିଲେ ରାଜ୍ୟର ବିକାଶ ନିଶ୍ଚିତ ହେବ ସଂସଦ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି କରୁଛୁ। ଜାତୀୟ ସ୍ତରରେ ଆମେ ଏପ୍ରସଙ୍ଗ ଉଠାଇବୁ। ମହିଳାଙ୍କୁ ହକ୍ମିଳିବା ଦରକାର। ମାଆ ଆଗେଇଲେ ଦେଶ ଆଗେଇବ ବୋଲି କହିତିଲେ ନବୀନ ପଟ୍ଟନାୟକ।

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଥିଲେ ଟ୍ବିଟ୍ ରେ ନବୀନ ଲେଖିଛନ୍ତି, ‘ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା। ଆପଣଙ୍କ ଅକୁଣ୍ଠ ଭଲପାଇବା, ଆଶୀର୍ବାଦ ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ ବିଜୁ ଜନତା ଦଳ ଓଡିଶା ଲୋକମାନଙ୍କ ଦଳ ସାଜିଛି ଆସନ୍ତୁ ଏହି ସମ୍ପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା

Comments are closed.