ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦରକାର ନାହିଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ

ପୁରୀ ୧୦।୧: ଭକ୍ତଙ୍କ ପାଇଁ ଖୁସି ଖବର। ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ଭକ୍ତ। ଏନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜାନୁୟାରି ୨୧ ତାରିଖରୁ ଭକ୍ତମାନେ ବିନା ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଅନ୍ୟପଟେ ପୁରୀବାସୀଙ୍କ ପାଇଁ ଘଣ୍ଟାଏ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ୨୧ ତାରିଖରୁ ସକାଳ ୭ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ । ଦୈନିକ ୩୦ ହଜାର ଭକ୍ତ ଦର୍ଶନ କରିପାରିବେ। ତେବେ ସପ୍ତାହରେ ଗୋଟିଏ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଦିନ ପରିସରକୁ ସାନିଟାଇଜ୍ କରାଯିବ। ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଘଣ୍ଟାଏ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଏହା ସହିତ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ। ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପି ଓ ବିଭିନ୍ନ ନିଯୋଗର ସେବାୟତ ସାମିଲ ଥିଲେ ।

Comments are closed.