ଅଗଷ୍ଟ ୫ରୁ ୧୫ ବିନା ଶୁଳ୍କରେ ବୁଲି ହେବ ଏଏସ୍‌ଆଇ ସ୍ମାରକୀ

0

ନୂଆଦିଲ୍ଲୀ, ୩।୮: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ। ଅର୍ଥାତ ଯେକୌଣସି ବ୍ୟକ୍ତି ମାଗଣାରେ ଏସବୁ ସ୍ମାରକ ଭିତରକୁ ଯାଇପାରିବେ। ଅର୍ଥାତ୍ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀରେ ପ୍ରବେଶ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ମିଳିଥିବା ସୂଚନା ମୁତାବକ, ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷନ ରେଡ୍ଡୀ ଆଜି ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଘୋଷଣା କରି ରେଡ୍ଡୀ କହିଛନ୍ତି, ଉତ୍ସବର ଏକ ଅଂଶ ଭାବରେ ଅଗଷ୍ଟ ୫ ରୁ ୧୫ ପର୍ଯ୍ୟନ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତଥା ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ରେଡ୍ଡୀ ଲେଖିଛନ୍ତି, ଏଏସ୍‌ଆଇ ୫ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀ/ ସାଇଟକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ମାଗଣା କରିଛି। ‘ଆଜାଦି କା ଅମୃତ ମହୋତ୍ସବ’ ଅଭିଯାନ ଅଧୀନରେ ଭାରତର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଉଛି।

Leave A Reply

Your email address will not be published.