ଆଳୁକୁ ନେଇ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର, ୨୩/୭: ଖୁବ୍‌ ଶୀଘ୍ର କଲିକତା ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି,  ଆମେ ତାଙ୍କ ସହିତ ଆଲୋଚନା କରିବୁ ରାଜ୍ୟକୁ କିଭଳି ଭାବରେ ଠିକ ସମୟରେ ଆଳୁ ଆସିବ ଏବଂ ଲୋକମାନେ ପାଇବେ। ଏହା ଯୋଗାଣ ବିଭାଗର କାମ, ତାଙ୍କ ସହିତ ବସିଲେ ଅସୁବିଧା କଣ ? ଆମେ ଆତ୍ମନିର୍ଭରଶୀଳ ହେବୁ।

ରାଜ୍ୟରେ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହେଉଛି। କିନ୍ତୁ ଆବଶ୍ୟକ ହେଉଛି ୧୪ ଲକ୍ଷ ମେଟ୍ରିକ ଟନ ଆଳୁ। ଆମେ ପଶ୍ଚିମବଙ୍ଗ କିମ୍ବା ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ। ରାଜନୀତିରେ ରାଗ ରୋଷ କିଛି ନାହିଁ। ମମତା ଏନଡିଏ ରେ ଥିବା ସମୟରେ ଆମେ ତାଙ୍କ ସହିତ ଦୀର୍ଘ ଦିନ ଧରି କାମ କରିଛୁ। ପୁଣି ଏବେ ବସିବାରେ କୌଣସି ଅସୁବିଧା ନାହିଁ। ଦିଦି ଆମ ଉପରେ ରାଗିବେନି। ଠିକ ସମୟରେ ଠିକ ଦରରେ ଦେଲେ ଆଣିବୁ, ନଚେତ ଉତ୍ତର ପ୍ରଦେଶରୁ ଆଳୁ ଆଣିବୁ ବୋଲି ମନ୍ତ୍ରୀ କହିଛନ୍ତି।

 

Comments are closed.