ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

0

ଭୁବନେଶ୍ବର, ୧୬।୧୦: ଲମ୍ବା ଛୁଟିରେ ଯାଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସେ କାର୍ଯ୍ୟରେ ଯୋଗ ଦେବା ପରେ ସନ୍ଧ୍ୟାରେ ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କରୋନା ମହାମାରୀର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଶ୍ରୀ ମହାପାତ୍ର ଗତ ସେପ୍ଟେମ୍ବର ୧୪ ତାରିଖରୁ ଲମ୍ବା ଛୁଟିରେ ପଳାଇଥିଲେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି। ସେହିପରି ସେଠାରେ ଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସାଧାରଣ ଉଦ୍ୟୋଗ ସଚିବ ଥିବା ୧୯୯୧ ବ୍ୟାଚର ଆଇଏଏସ୍ ବିଜୟ ଅରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଅରୋରା ଖୁବଶୀଘ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ସୂଚନା ମିଳିଛି।

 

 

Leave A Reply

Your email address will not be published.