ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର ୩୦ ।୫: ଦେଶରେ ଧୀରେଧୀରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ବାୟୁ। ଧୀରେଧୀରେ ଏହାର ପ୍ରବ‌ାହ ଓ ଶକ୍ତି ବଢ଼ିବ। ଫଳରେ କେରଳରେ ଜୁନ୍‌ ୧ ତାରିଖ ଆଡ଼କୁ ବର୍ଷା ଆରମ୍ଭ ହୋଇଯିବ। ଫଳରେ ଜୁନ୍‌ ୩ ତାରିଖ ଆଡ଼କୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।  ମେ ୩୧ ସୁଦ୍ଧା କେରଳ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଅନୁମାନ କରିଥିଲା। ତେବେ ୨ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ । ଜୁନ ୩ରେ କେରଳରେ ମୌସୁମୀ ଛୁଇଁବା ନେଇ ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟ ପକ୍ଷରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ପୂର୍ବାନୁମାନ କରିଛି। ମୁଖ୍ୟତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,ରାୟଗଡା, କନ୍ଧମାଳ, ବୌଦ୍ଧ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଦା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଯାଜପୁର ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏ ସମସ୍ତ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜୁନ୧ରେ ଦକ୍ଷିଣ ଆଭ୍ୟନ୍ତରୀଣ କେତେକ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

 

Comments are closed.