ଆସନ୍ତା ୨୯ରୁ ସଂସଦ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧ : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ। ଏଥିପାଇଁ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ସୁପାରିଶ କରିଛି। ପୂର୍ବ କିଛି ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ କୋଭିଡ କଟକଣା ଅନୁପାଳନ ପୂର୍ବକ ହେବ। ଗତବର୍ଷ କରୋନା ମହାମାରୀ ଯୋଗୁଁ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହୋଇନଥିଲା। ଏପରିକି ମହାମାରୀ ଯୋଗୁଁ ବଜେଟ ଓ ମୌସୁମୀ ଅଧିବେଶନକୁ ସୀମିତ କରାଯାଇଥିଲା। ଆଗାମୀ ଅଧିବେଶନ ପାଇଁ କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯେଉଁ ସଦସ୍ୟମାନେ ଅଧିବେଶନରେ ଯୋଗ ଦେବେ ଅଧିବେଶନ ପୂର୍ବରୁ ସେମାନଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯିବ। ଆଗକୁ ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ଅଧିବେଶନକୁ ବେଶ ଗୁରୁତ୍ବ ଦିଆଯାଉଛି।

Comments are closed.