ଭୁବନେଶ୍ବର ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ

0

ଭୁବନେଶ୍ୱର, ୨୦।୮: ଦକ୍ଷତା ବିକାଶ ଅନୁଷ୍ଠାନ (ଏସ୍ଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭୁବନେଶ୍ୱରରେ ନୂତନ ସ୍ଥାୟୀ କ୍ୟାମ୍ପସରେ ଏସ୍ଡିଆଇ କାର୍ଯ୍ୟ ଆରମ୍ଭ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ମୁଁ ଆଶା କରୁଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଜାଗାରେ ଆଇସିଟି-ଆଇଓସିର ନୂଆ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ବେଶ ଆନନ୍ଦିତ ଏହି ଅନୁଷ୍ଠାନ ଏହାର ଉଜ୍ଜ୍ୱଳ ଶୈକ୍ଷିକ ପ୍ରଦର୍ଶନ ପାଇଁ ପରିଚିତ ଥିବା ବେଳେ ଏହା ରାସାୟନିକ ପ୍ରଯୁକ୍ତିବିଦ୍ୟା ଏବଂ ଅନୁଗାମୀ କ୍ଷେତ୍ରରେ ଉଚ୍ଚ ମାନର ବୈଷୟିକ ଶିକ୍ଷା ପ୍ରଦାନ କରିବା ଆଶା କରାଯାଏ ବିଗତ ବର୍ଷ ମାନଙ୍କରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି। ଏହି ଦୁଇ ଅନୁଷ୍ଠାନର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ଏକ ପ୍ରଗତିଶୀଳ ଏବଂ ଚଳନକ୍ଷମ ବ୍ୟାବସାୟିକ ବାତାବରଣ ତଥା ଦୂରଦୃଷ୍ଟି ସମ୍ପନ୍ନ ପ୍ରଶାସନ ରାଜ୍ୟରେ ପୁଂଜି ବିନିଯୋଗ ପାଇଁ ସୁଯୋଗ ତଥା ଆକର୍ଷଣ ସୃଷ୍ଟିରେ ସହାୟକ ହୋଇଛି ବିଶ୍ୱସ୍ତରୀୟ ଶିଳ୍ପ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଖୁଥିବା ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରି ଆସିଛି। ଆମର ପିଲାଙ୍କୁ ବିଶ୍ୱସ୍ତରରେ ଚାକିରି କରିବାକୁ ଦକ୍ଷ କରାଇବା ଖୁବ ଶୀଘ୍ର ଏକ ବାସ୍ତବତାରେ ପରିଣତ ହେବ ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ଏସଡିଆଇ ଏବଂ ଆଇସିଟି-ଆଇଓସି ସହାୟକ ହେବା ବୋଲି ମୁଁ ଆଶା କରୁଛି।
ଦକ୍ଷତା ବିକାଶ ଏବଂ ଭାରତୀୟ ଯୁବପିଢ଼ିଙ୍କୁ ନେଇ ଭାରତ ସରକାରଙ୍କ ଗୁରୁତ୍ୱ ସମ୍ପର୍କରେ ବ୍ୟାଖ୍ୟା କରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା ତଥା ପ୍ରଧାନମନ୍ତ୍ରୀଙ୍କ ’ଆତ୍ମନିର୍ଭର ଭାରତ’ର ମୂଳ ଭିିତ୍ତି ଆମେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଯୁବ ପିଢ଼ିଙ୍କୁ ସମୃଦ୍ଧ କରାଇବାକୁ ଦକ୍ଷତା, ସ୍ତର ଓ ସୁଯୋଗ ଦରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୫ ଜୁଲାଇ ୧୫ ତାରିଖରେ ଆରମ୍ଭ କରାଯାଇଥିବା ‘ସ୍କିଲ ଇଣ୍ଡିଆ ମିସନ’ ବର୍ତ୍ତମାନ ସମୟର ଆବାଶ୍ୟକତା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ତାଲିମ ଦେବା ସହ ସହାୟକ ହୋଇ ଆସିଛି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଲେ, ‘ସାମର୍ଥ୍ୟ ବୃଦ୍ଧି ଲାଗି ଆମର ଯୁବପିଢ଼ି ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସୁଯୋଗ ପାଇବା ସହ ସୃଜନଶୀଳତା ପାଇଁ ପରିବେଶ ଉପଲବ୍ଧ କରିବାର ଆବଶ୍ୟକତା ରହିଛି। ଆମେ ମଧ୍ୟ ସେମାନଙ୍କର ପ୍ରତିଭା, ଆଗ୍ରହ ଓ କଠିନ ପରିଶ୍ରମକୁ ସ୍ୱୀକୃତି ଦେଇ ନୂତନତ୍ୱ ସୃଷ୍ଟି କରିବାକୁ ନିଶ୍ଚିତ ସୁଯୋଗ ଦେବା ଦରକାର। ଏସଡିଆଇ ଭୁବନେଶ୍ୱର ଯୁବପିଢ଼ିଙ୍କ ପାଇଁ ସଫଳତାର ସହ ଏଭଳି ସୁଯୋଗ ଓ ଭିିଭୂମି ଯୋଗାଇ ଦେଇଛି, ଅନେକ ବିଦ୍ୟାର୍ଥୀ ଏହି ସୁଯୋଗରୁ ଲାଭବାନ ହୋଇ ସାରିଲେଣି ତୈଳ ଓ ବାଷ୍ପ (ଗ୍ୟାସ) କ୍ଷେତ୍ର ଦେଶର ବିକାଶରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି, ଏବଂ ମୁଁ ବିଶ୍ୱାସ କରୁଛି ଯେ ଏସଡିଆଇ ସ୍ଥାପନ ଭଳି ଦକ୍ଷତା ବିକାଶ ପାଇଁ ଉଦ୍ଦିଷ୍ଟ ଉପକ୍ରମ କ୍ଷେତ୍ରରେ ରାଷ୍ଟ୍ରାୟ ତୈଳ ଉଦ୍ୟୋଗର ଅବଦାନ ଦ୍ୱାରା ଦେଶ ନୂତନ ବିକାଶ ଓ ସମୃଦ୍ଧି ପଥରେ ଅଗ୍ରସର ହୋଇପାରିବ ଦେଶରେ ଏବେ କାର୍ଯ୍ୟ କରୁଥିବା ମେଗା ଦକ୍ଷତା ବିକାଶ ଅନୁଷ୍ଠାନମାନଙ୍କ ମଧ୍ୟରେ ଏସଡିଆଇ ଶୀର୍ଷ ସ୍ଥାନ ବଜାୟ ରଖିବ ବୋଲି ମୁଁ ଆଶା କରୁଛି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେନ୍ଦ୍ର କୁମାର ରାଉତରାୟ ଏବଂ ଇଣ୍ଡିଆନ ଅଏଲର ଚେୟାରମ୍ୟାନଙ୍କ ଉପସ୍ଥିତିରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଏସ.ଏମ. ବୈଦ ଏବଂ ଏସଡିଆଇର ଚେୟାରମ୍ୟାନ ତଥା ଇଣ୍ଡିଆନ ଅଏଲର ନିର୍ଦେଶକ (ମାନବ ସମ୍ବଳ) ରନ କୁମାର ମହାପାତ୍ର ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ ଅଏଲ ଏସଡିଆଇ ଭୁବନେଶ୍ୱରକୁ ଏକ ଗ୍ରୀନଫିଲ୍‌ଡ ମେଗା ମଡେଲ ମଲ୍‌ଟି ସ୍କିଲିଂ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ ତ୍ୱରାନ୍ଵିତ କରିଛି ଏବଂ ଏଥିପାଇଁ ୨୫୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି। ଏଥିସହ ଅତିରିକ୍ତ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଇଣ୍ଡିଆନ ଅଏଲ ଯୋଜନା ରଖିଛି । ଓଡ଼ିଶାର ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣି ତହସିଲରେ ଏହାର ସ୍ଥାୟୀ କ୍ୟାମ୍ପସ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୬ ଏକର ପରିମିତ ଜାଗାରେ କରାଯାଇଛି। ଏହାର ଭିିତ୍ତିପ୍ରସ୍ତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୧୮ ତାରିଖରେ ସ୍ଥାପନ କରାଯାଇଥିଲା। ଏହି ପ୍ରତିଷ୍ଠାନ ମାଧ୍ୟମରେ ଶିଳ୍ପ-ଉପଯୋଗୀ ପ୍ରତିଭା ସୃଷ୍ଟି ଉଦ୍ଦେଶ୍ୟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭିିତ୍ତିଭୂମି ତଥା ପ୍ରଯୁକ୍ତିବିଦ୍ୟା ଆଧାରରେ ବିଶ୍ୱସ୍ତରୀୟ ଶିଳ୍ପ ଆଧାରିତ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏସଡିଆଇବି ଏହାର ନୂଆ କ୍ୟାମ୍ପସ ମାଧ୍ୟମରେ ଭାରତ ସରକାରଙ୍କ ‘ସ୍କିଲ ଇଣ୍ଡିଆ’ ଏବଂ ‘ପୂର୍ବୋଦୟ ମିସନ’କୁ ସଶକ୍ତ କରିବାକୁ ବିବିଧ ପାଠ୍ୟକ୍ରମରେ ୫୦,୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ରଖିଛି।
ଏସଡିଆଇ-ଭୁବନେଶ୍ୱରର ପାଇଲଟ କ୍ୟାମ୍ପସ ବିବିଧ ଟ୍ରେଡରେ ୧,୨୦୦ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରୁ ମୋଟ ୯୦%ଙ୍କୁ ନିଯୁକ୍ତି ସୁଯୋଗ ଦେଇଛି। ବିବିଧ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସଡିଆଇ-ଭୁବନେଶ୍ୱର ଏହାର ନୂଆ କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ସହ ଏକାଧିକ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାର ଯୋଜନା ରଖିଛି।

Leave A Reply

Your email address will not be published.