ଭୁବନେଶ୍ବର, ୨୭/୫: ବୁଧବାର ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦୁଇଜଣ ବରିଷ୍ଠ ଓପ୍ରସେ (ଓଏଏସ୍) ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଚୂଡ଼ାନ୍ତ ଚୟନ ତାଲିକା ବିଚାରାଧୀନ ଥିବା ପର୍ଯ୍ୟନ୍ତି ଓପ୍ରସେ (ଏସ୍ଏଜି) ଗ୍ରେଡ୍ ଅଧିକାରୀ ରାଜେଶ କୁମାର ଅଗ୍ରୱାଲ୍ ଓ ମାନସ ରଞ୍ଜନ ସାମଲଙ୍କୁ ପେ – ମାଟ୍ରିକ୍ସର ସ୍ତର ୧୭ର ପଦୋନ୍ନତି ଓ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ପଦୋନ୍ନତି ଆଡ୍ହକ୍ ଭିତ୍ତିରେ ଦିଆଯାଇଛି। ପଦୋନ୍ନତି ଏକ ବର୍ଷରୁ ଅଧିକ ଅବଧି ନହେବା, ଓପିଏସ୍ସି ସୁପାରିଶ ମିଳିବା ଯାଏଁ କିମ୍ବା ଅବସର ପର୍ଯ୍ୟନ୍ତ ଯାହା ଆଗୁଆ ହେବ ସେଥିପ୍ରତି ଦୃଷ୍ଟି ରଖି କାର୍ଯ୍ୟକାରୀ ହେବ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅବସ୍ଥାପିତ ରାଜେଶ କୁମାର ଅଗ୍ରୱାଲ୍ଙ୍କୁ ରାଜ୍ୟ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଅତିରିକ୍ତ ନିର୍ଦ୍ଦେଶକ (ଏଷ୍ଟେକ୍ସ)ର ମାନସ ରଞ୍ଜନ ସାମଲଙ୍କୁ ଅର୍ଥନୀତି ଓ ପରିସଂଖ୍ୟାାନ ନିର୍ଦ୍ଦେଶାଳୟର ଓଏସ୍ଡି ଭାବେ ଅବସ୍ଥାପିତ କରାଯାଇଛି।