କାଲି ପଡ଼ିବ ସବ୍ୟ-ଅର୍ଚ୍ଚିତାଙ୍କ ହାତଗଣ୍ଠି

ଭୁବନେଶ୍ବର, ୨୮।୨: ଆଉ କିଛି ଘଣ୍ଟାର ଅପେକ୍ଷା। ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ଏନେଇ ଉଭୟ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ରାଜସ୍ଥାନରେ ଏକ ଭବ୍ୟ ଉତ୍ସବରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।  ନିଜର ବାହାଘରର ଖବର ସୋସିଆଲ ମିଡ଼ିଆରେ ଉଭୟ କଳାକାର ସୂଚନା ଦେବା କ୍ଷଣି ପ୍ରଶଂସକଙ୍କ ପକ୍ଷରୁ ଓ ଓଲିଉଡ୍‌ କଳାକାରଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନେକ ଲୋକପ୍ରିୟ ଓଡ଼ିଆ ଫିଲ୍ମ ତୋର ମୋର ଯୋଡି ସୁନ୍ଦର, କେଉଁ ଦୁନିଆରୁ ଆସିଲ ବନ୍ଧୁ, ହେଲା ମୋତେ ପ୍ରେମ ଜର, ପିଲାଟା ବିଗିଡି ଗଲା, ମୁଁ ସପନର ସୌଦାଗର, ପାଗଳ କରିଛି ପାଉଁଜି ତୋର, କେବେ ତୁମେ ନାହଁ,କେବେ ମୁଁ ନାହିଁ, ମୁଁ ଏକା ତୁମର ଓ ମୋତେ ଆଣି ଦେଲ ଲକ୍ଷ ଫଗୁଣ ଆଦି ଫିଲ୍ମରେ ଉଭୟ ଅର୍ଚ୍ଚିତା –ସବ୍ୟସାଚୀଙ୍କ ଅଭିନୟ ଚାତୁରୀ ଦେଖିବାକୁ ମିଳେ । ଏହି ସବୁ ଫିଲ୍ମ ଦୁହିଁଙ୍କ ନିଖୂଣ ଅଭିନୟ ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ।

Comments are closed.