ଡିଅର ପାର୍କରୁ ‘ସମ୍ବଲପୁର ଚିଡ଼ିଆଖାନା’
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରୁ ନାଁ ବଦଳାଇଲା ବନ ବିଭାଗ
ସମ୍ବଲପୁର, ୨୪/୭: ମୋତିଝରଣସ୍ଥିତ ଡିଅର୍ ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ଏହାର ନାଁ ପୂର୍ବରୁ ‘ଡିଅର୍ ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ବନ ବିଭାଗ ‘ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର ଭାବେ ନାମିତ କରିଛି। ୧୯୮୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏହା ୧୩ ହେକ୍ଟର ଅଞ୍ଚଳରେ ରହିଥିବା ବେଳେ ଗତବର୍ଷ ୪ ହେକ୍ଟର ଜାଗାରେ ଉଦ୍ଭିଦ ଉଦ୍ୟାନ ମଧ୍ୟ ଖୋଲା ଯାଇଛି। ସେଠାରେ ବିଭିନ୍ନ ପ୍ରଜାତିର ୬୦୦୦ରୁ ଅଧିକ ଗଛ ଲଗାଯାଇଛି।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହାର ନାଁ ପରିବର୍ତ୍ତନ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୨୭ଟି ଏନ୍କ୍ଲୋଜର ଓ ୧୫ ପ୍ରଜାତିର ୩୩୩ଟି ପ୍ରାଣୀ ଅଛନ୍ତି। କଲରାପତରିଆ, ଭାଲୁ, ଚଉସିଙ୍ଗା, ଅଜଗର, ମୟୂର ଆଦି ରହିଥିବା ବେଳେ ସର୍ବାଧିକ ୧୨୩ଟି ହରିଣ ଓ ୪୧ଟି ସମ୍ବର ଅଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ କାଫେଟେରିଆ, ପିଇବା ପାଣି, ଶୌଚାଳୟ, ପାର୍କିଂ ସୁବିଧା କରାଯାଇଛି।
Comments are closed.