ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ, ୧୮।୭: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। କଟକ ଏସ୍ସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ ଆଦି ଅଞ୍ଚଳ ଗସ୍ତ କରି କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ। ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧.୫୫ କିମି ଲମ୍ବର ନବୀକରଣ କାମ ଶେଷ ହୋଇଯାଇଛି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ଜାତୀୟ ରାଜପଥ ଯାଏ ୩.୫୫ କିମି ପର୍ଯ୍ୟନ୍ତ ନବୀକରଣ କରାଯିବ।

ଆଗାମୀ ୧୦ ଦିନ ମଧ୍ୟରେ ଏହି କାମ ପାଇଁ କେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ତାହାର ତାଲିକା ପ୍ରଦାନ କରିବାକୁ ୫-ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଟକ ଏସ୍‌ସିବି ମେଡିକାଲ କଲେଜ ଓ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଛନ୍ତି ୫-ଟି ସଚିବ । ଏହି ଗସ୍ତ ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା, ଆରଡିସି, ସିଏମସି କମିସନର ଅନନ୍ୟା ଦାସ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Comments are closed.