୧୬ରୁ ଖୋଲିବ ଶ୍ରୀମନ୍ଦିର

୨୩ରୁ ସର୍ବସାଧାରଣ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ, ୪।୮: ଭକ୍ତଙ୍କ ପାଇଁ ଖୁସି ଖବର। ପୁଣି ଦର୍ଶନ ଦେବେ ଜଗତର ନାଥ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ଅଗଷ୍ଟ ୧୬ରୁ ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖବର ମିଳିଛି। ଅଗଷ୍ଟ ମାସ ୧୬, ୧୭, ୧୮, ୧୯ ଓ ୨୦ରେ ପୁରୀବାସୀ ଓ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାରହିବ। ୫ ଦିନ ଦର୍ଶନ ପରେ ୨୧ ଓ ୨୨ ତାରିଖ ଦୁଇ ଦିନ ସପ୍ତାହନ୍ତ ସଟ୍‌ଡାଉନ ଯୋଗୁଁ ଦର୍ଶନ ବନ୍ଦ ରହିବ। ୨୩ ତାରିଖରୁ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ଓ ମହାବାହୁଙ୍କ ଦର୍ଶନ ଆରମ୍ଭ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ଦୁଇଟି ଟିକା ନେଇଥିବା ମଧ୍ୟ ବାଧ୍ୟତାମୂଳକ ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡର ପ୍ରଥମ ଲହର ପରେ ଯେଭଳି ଏସ୍‌ଓପି ଆଧାରରେ ଭକ୍ତ ଠାକୁର ଦର୍ଶନ କରୁଥିଲେ, ସେହିଭଳି କଟକଣାରେ ଦର୍ଶନ କରିବାକୁ ପ୍ରସ୍ତାବ  ପାରିତ ହୋଇଛି।

 

Comments are closed.