ସୋନିପତ ରବର କାରଖାନାରେ ବଏଲର ବିସ୍ଫୋରଣ, ୪୦ ଆହତ, ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ସୋନିପତ, ୨୮/୫: ହରିୟାଣାର ସୋନିପତର ରାଇ ଶିଳ୍ପାଞ୍ଚଳରେ ଥିବା ଏକ ରବର ବେଲ୍ଟ ନିର୍ମାଣ କାରଖାନାରେ ଅଜ୍ଞାତ କାରଣରୁ ବଏଲର ବିସ୍ଫୋରଣ ଘଟିଛି। ହଠାତ୍ ଦୁର୍ଘଟଣା ଘଟିବା ପରେ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ କିଛି ବୁଝିବା ଆଗରୁ ନିଆଁ କବଳକୁ ଆସିଯାଇଥିଲେ। ଏଥିରେ ଜଣେ ମହିଳା ଓ ଅନ୍ୟ ୪୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ସୋନିପତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୋନିପତର ଏକ ଘରୋଇ ହସ୍ପିଟାଲ ଏବଂ ୮ ଜଣ ଶ୍ରମିକଙ୍କୁ ରୋହତକ ପିଜିଆଇକୁ ପଠାଯାଇଛି। ଅନ୍ୟମାନେ ସୋନିପତ ସିଭିଲ ହସ୍ପିଟାଲ ଓ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ଖବର ପାଇ ଜିଲ୍ଲା ପ୍ରଶାସନ ଓ ସୋନିପତ୍ ଡିସି ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋନିପତ ଡିସି କହିଛନ୍ତି ଯେ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖବର ପାଇ ଆସିଥିବା ଅଗ୍ନିଶମ ବିଭାଗ କର୍ମଚାରୀ କାରଖାନାରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ରାଇ ଶିଳ୍ପାଞ୍ଚଳରେ ସାଓ୍ଵାରିଆ ଏକ୍ସପୋର୍ଟନାମରେ ୩୨୯ ନମ୍ବର କାରଖାନାରେ ରବର ବେଲ୍ଟ ତିଆରି ହୋଇଥାଏ।

Comments are closed.