ସବୁଜ ବାଣ ନେଇ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି: ହାଇକୋର୍ଟ

କଟକ, ୨୬।୧୦: ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ୧୧ଟାରେ ବାଣ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ ଏସ୍‌ଆର୍‌ସିଦୀପାବଳିରେ ସବୁଜ ବାଣ ବିକ୍ରି ହେବ କି ନାହିଁ ସେ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍‌ କମିନର ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାବଳୀ କୋଭିଡ୍‌ ପ୍ରୋଟକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଏହାସହ ଦିନ ୧୧ଟାରୁ ଆରମ୍ଭ କରି ମଧ୍ୟାହ୍ନ ୧ଟା ମଧ୍ୟରେ ଶୁଣାଣି ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଶୁଣାଣି ପରେ ଆସନ୍ତା ସୋମବାର ଦିନ ସାଢେ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ, ସ୍‌ଆରସି ହାଇକୋର୍ଟରେ ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଛି।

Comments are closed.