ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କଲେ ଦେବଯାନୀ ଭୂୟାଁ

0

ଭୁବନେଶ୍ବର, ୨୧/୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ଦେବଯାନୀ ଭୂୟାଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପ୍ରତ୍ନତତ୍ତ୍ୱର କର୍ମଚାରୀବୃନ୍ଦ ଅଧୀକ୍ଷକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ନୂତନ ଭାବେ ଯୋଗ ଦେଇଥିବା ଅଧୀକ୍ଷକ ଏକ ବୈଠକର ଆୟୋଜନ କରି ଆଗାମୀ ଦିନରେ ପ୍ରତ୍ନତତ୍ତ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକୁ ଯେପରି ସୂଚାରୁରୂପେ ସଂପାଦନ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।

Leave A Reply

Your email address will not be published.