ନିର୍ବାଚନ କମିଶନଙ୍କୁ ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

0

ନୂଆଦିଲ୍ଲୀ, ୧୨/୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନ କମିଶନଙ୍କୁ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ପଠାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ତଥ୍ୟ ଏସବିଆଇକୁ ଦେବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଇଲେକ୍ଟୋରାଲ ବଣ୍ଡ କ୍ରୟ ଓ ବିକ୍ରୟ ସମ୍ପର୍କିତ ସୂଚନା ପଠାଇଛି । ଏହି ସଂଖ୍ୟା ମୌଳିକ ରୂପରେ ରହିଛି। ଅର୍ଥାତ୍ କେଉଁ ଦଳ ସପକ୍ଷରେ କିଏ କେତେ ଟଙ୍କାର ବଣ୍ଡ କିଣିଛି। । ତେବେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହାକୁ ନିଜ ୱେବସାଇଟରେ ଅପଲୋଡ କରିବା ନିର୍ବାଚନ କମିଶନଙ୍କ ବିଶେଷଜ୍ଞଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଉଛି ।

ଏହା ପୂର୍ବରୁ ଏହି ତଥ୍ୟ ଦେବା ପାଇଁ ଆସନ୍ତା ଜୁନ ସୁଦ୍ଧା ସମୟ ଦେବାକୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲା । ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।  ସୁପ୍ରିମକୋର୍ଟ ଏସବିଆଇକୁ ଚେତାବନୀ ଦେଇଥିଲେ ଯେ ଯଦି ସେ ଏହାର ନିର୍ଦ୍ଦେଶ ଏବଂ ସମୟସୀମା ପାଳନ କରିବାରେ ବିଫଳ ହୁଏ, ତେବେ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ପରେ ଆଜି ତଥ୍ୟ ଦେବାକୁ ବାଧ୍ୟ ହୋଇଥିଲା ଷ୍ଟେଟ ବ୍ୟାଙ୍କ ।

 

Leave A Reply

Your email address will not be published.