ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ

ପାରାଦୀପ, ୨୨/୯: ଜଗତସିଂହପୁର ଜିଲ୍ଲାର ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ ହେବ। ମତ୍ସ୍ୟ ବିଭାଗ ଏହି ହ୍ୟାଚେରୀ ନିର୍ମାଣ କରିବ। ଏନେଇ ଆବଶ୍ୟକ ପାଣ୍ଠି ସହାୟତା ଏନହାନ୍ସିଂ କ୍ଲାଇମେଟ୍ ରିଜିଲିଏନ୍ସ ଅଫ୍ ଇଣ୍ଡିଆଜ୍ କୋଷ୍ଟାଲ୍ କମ୍ୟୁନିଟିଜ୍ (ଇସିଆରଆଇସିସି) ଓଡ଼ିଶା ପ୍ରକଳ୍ପ ଦ୍ୱାରା ଯୋଗାଇ ଦିଆଯିବ।

ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ ପ୍ରତିଷ୍ଠା ପାଇଁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ର (ଆରଜିସିଏ) ଏବଂ ଭାରତର ଉପକୂଳ ସମ୍ପ୍ରଦାୟଗୁଡ଼ିକର ଜଳବାୟୁ ସ୍ଥିରତା ବୃଦ୍ଧି (ଇସିଆରଆଇସିସି) ଓଡ଼ିଶା ପ୍ରକଳ୍ପ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ହାଚେରୀ ୩.୫୮ କୋଟି ଟଙ୍କା ବିନିଯୋଗରେ ବିକଶିତ କରାଯିବ। ପିସିସିଏଫ (ବନ୍ୟପ୍ରାଣୀ) ଏବଂ ଇସିଆରଆଇସିସି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ କୁମାର ଝା କହିଛନ୍ତି ଯେ, ଆରଜିସିଏ  ଏହି କ୍ଷେତ୍ରରେ ବୈଷୟିକ ସହାୟତା  ପ୍ରଦାନ କରିବ।

ଏହି ହାଚେରୀ ବାର୍ଷିକ ଦଶ ଲକ୍ଷ ଗୁଣାତ୍ମକ କଙ୍କଡ଼ା ବିହନ ଉତ୍ପାଦନ କରିବ ବୋଲି ଆକଳନ କରାଯାଇଛି। ଯାହା ସ୍ଥାନୀୟ ଚାଷୀମାନଙ୍କ ପାଇଁ ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ଜୀବିକା ଉତ୍ସ ପ୍ରଦାନ କରିବ। ଏହା ରାଜ୍ୟର ନୀଳ ଅର୍ଥନୀତି ଏବଂ ରପ୍ତାନି ସମ୍ଭାବନାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ସେ କହିଛନ୍ତି।

Comments are closed.