ପ୍ରଥମ ଥର ପାଇଁ ଶନିବାର ଖୋଲିଲା ଷ୍ଟକବଜାର

0

ମୁମ୍ବାଇ, ୨୦/୧: ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା  ସମାରୋହ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ବନ୍ଦ ରହିବ। ଅନ୍ୟପକ୍ଷରେ ଶନିବାର ( ଜାନୁଆରି ୨୦)ରେ ପ୍ରଥମ ଥର ପାଇଁ ଷ୍ଟକ ବଜାର ଖୋଲା ରହିଥିଲା ।

ପୂର୍ବରୁ ଥିବା ଯୋଜନା ଅନୁସାରେ ଶନିବାର ଷ୍ଟକ ବଜାର ମାତ୍ର ୨ ଘଣ୍ଟା ପାଇଁ ଖୋଲିବାର ଥିଲା। କିନ୍ତୁ ପରେ ସଂପୂର୍ଣ୍ଣ ସମୟ ପାଇଁ ଷ୍ଟକ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜି ଷ୍ଟକବଜାର ୯ଟା ୧୫ ମିନିଟରେ ଖୋଲି ୩.୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସେୟାର ମାର୍କେଟ ବନ୍ଦ ହେବା ବେଳକୁ ବିଏସଇ ସେନ୍ସେକ୍ସ ୨୫୯.୫୮ ପଏଣ୍ଟ ବା ୦.୩୬ ପ୍ରତିଶତ ହ୍ରାସ ପାଇ ୭୧,୪୨୩ ସ୍ତରରେ ବନ୍ଦ ହୋଇଛି। ଏନଏସଇର ନିଫ୍ଟି ୫୦.୬୦ ପଏଣ୍ଟ ବା ୦.୨୩ ପ୍ରତିଶତ ବୃଦ୍ଧି ସହ ୨୧,୫୭୧ ସ୍ତରରେ ବନ୍ଦ ହୋଇଛି।

ଏହାର କାରଣ ହେଉଛି ଏହି ଟ୍ରେଡିଂ ଅଧିବେଶନ ମାଧ୍ୟମରେ ଷ୍ଟକ ଏକ୍ସଚେଞ୍ଜ ବିପର୍ଯ୍ୟୟ ପୁନରୁଦ୍ଧାର  ସାଇଟର ପରୀକ୍ଷା କରାଯିବ । ଅର୍ଥାତ୍ ଯଦି କେବେ ସାଇବର ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜୁଛି, ତେବେ ନିୟମିତ ବିଏସ୍ଇ ଏବଂ ଏନ୍ଏସ୍ଇ ୱିଣ୍ଡୋକୁ ସହଜରେ ଅନ୍ୟ ସାଇଟ୍କୁ ଲାଇଭ୍ ସ୍ଥାନାନ୍ତର କରାଯାଇପାରିବ। ବଜାର ଓ ନିବେଶକଙ୍କ ମଧ୍ୟରେ ସ୍ଥିରତା ବଜାୟ ରଖିବା ଏହାର ଉଦ୍ଦେଶ୍ୟ।

 

 

Leave A Reply

Your email address will not be published.