ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

0

ଭୁବନେଶ୍ବର, ୨୦।୫: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି) ପକ୍ଷରୁ ଦାଏର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୩ ମାସ ପାଇଁ ଏହି ସଂଶୋଧିତ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହିତ ଓଡ଼ିଶା ସରକାରଙ୍କୁ ୩ ମାସ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେଇଥିଲେ।

ଜେଏନୟୁର ଅବସରପ୍ରାପ୍ତ ପ୍ରଫେସର ଅଜିତ୍ କୁମାର ମହାନ୍ତି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜବିହାରୀ ପଣ୍ଡା ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ୨୦୨୦ ନଭେମ୍ବର ୯ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେବା ପରେ ପ୍ରଫେସର ମହାନ୍ତି ଓ ୟୁଜିସି ଉଭୟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ ହେଉଛି ୟୁଜିସି ଆକ୍ଟ-୧୯୫୬ ଅନ୍ତର୍ଗତ ୟୁଜିସି ରେଗୁଲେସନ -୨୦୧୮ର ବିରୋଧାଚରଣ କରୁଛି । କୋର୍ଟରେ ଦାଏର ୨ଟି ଭିନ୍ନ ଭିନ୍ନ ଜନସ୍ୱାର୍ଥ ମାମଲାରେ କୋର୍ଟଙ୍କ ନୋଟିସ୍ ଆଧାରରେ ୟୁଜିସି ଶିକ୍ଷା ଅଧିକାରୀ ସୁପ୍ରିୟା ଦାହିୟା ସତ୍ୟପାଠ ଦାଖଲ କରିଥିଲେ ।

Leave A Reply

Your email address will not be published.