କଟକ, ୬/୨: ରେଭେନ୍ସା ବିଶ୍ୱବିଦ୍ୟାଳୟ ସୋମବାର ଦିନ ସ୍ନାତକ(ୟୁଜି) ପରୀକ୍ଷା ଫଳ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟର ମୋଟ ପାସ୍ ହାର ୮୪.୧୦% ରହିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ମୋଟ ୧୩୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୧୬୪ ଜଣ ସେମାନଙ୍କ ସମ୍ପୃକ୍ତ ଷ୍ଟ୍ରିମ୍ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଚଳିତ ବର୍ଷ କଳା ସ୍ନାତକ ପରୀକ୍ଷାରେ ୫୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୭୨ ଜଣ ପାସ୍ କରିଛନ୍ତି ଏବଂ ସେମାନଙ୍କର ପାସ୍ ହାର ୮୫.୯୭% ରହିଛି। ସେହିପରି ବିଜ୍ଞାନ ଷ୍ଟ୍ରିମ୍ରେ ୩୩୩ ଜଣ ପ୍ରାର୍ଥୀ ବାର୍ଷିକ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୨୫୭ ଜଣ ପାସ୍ କରିଛନ୍ତି ଏବଂ ପାସ୍ ହାର ୭୭.୧୭% ରହିଛି।
ସେହିପରି ବାଣିଜ୍ୟ ଷ୍ଟ୍ରିମ୍ରେ ମୋଟ ୨୫୬ ଜଣ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ମାତ୍ର ୨୧୩ ଜଣ ପାସ୍ କରିଛନ୍ତି ଏବଂ ପାସ୍ ହାର ୮୩.୨୦% ରହିଛି। ବୃତ୍ତିଗତ ପାଠ୍ୟକ୍ରମରେ ୨୪୬ ଜଣ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୨୬ ଜଣ ପାସ୍ କରିଛନ୍ତି ଏବଂ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି।
Comments are closed.