ଏଣିକି ରାଜଧାନୀରେ ରବିବାର‌ ବି ଦିଆଯିବ ଟିକା

ଭୁବନେଶ୍ୱର, ୨୭।୮: ଏଣିକି ଭୁବନେଶ୍ବରରେ ରବିବାର ଦିବ ବି ଟିକା କେନ୍ଦ୍ର ଖୋଲା ରହିବ ଓ ଟିକା ପ୍ରଦାନ କରାଯିବ। ରାଜ୍ୟ ସରକାର କରୋନାର ତୃତୀୟ ଲହରକୁ ନେଇ ଚିନ୍ତିତ ଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିଜ ଅଂଚଳର ନାଗରିକମାନଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦେଇଛି। ଏଣିକି ରାଜଧାନୀ ଭୁବନେଶ୍ୱରରେ ରବିବାର କୋଭିଡ୍ ଟିକା ଦିଆଯିବ। ଏନେଇ ବିଏମସି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

ବିଏମସି ଟ୍ୱିଟ୍ ଅନୁସାରେ, ଅଗଷ୍ଟ ୨୯ ତାରିଖରୁ ପ୍ରତି ରବିବାର ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟିକାକରଣ କାର୍ଯ୍ୟ ଜାରି ରହିବ। ଯେଉଁମାନେ ନିଜର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍ ଟିକା ନେଇନାହାନ୍ତି ସେମାନେ ଯେକୌଣସି ସରକାରୀ ଟିକାଦାନ କେନ୍ଦ୍ରକୁ ଯାଇ ଏହି ଟିକା ନେଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ମୋଟ ୨୬ଟି ସରକାରୀ ଟିକା ଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ବିଏମ୍‌ସି କହିଛି, ଏହି ସବୁ ସରକାରୀ ଟିକା ଦାନ କେନ୍ଦ୍ରରେ ସକାଳ ୯ରୁ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟିକା ଉପଲବ୍ଧ ହେବ।

 

 

Comments are closed.