କୁଆପଥର ମାଡ଼ ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଭୁବନେଶ୍ୱର, ୧/୫: ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ଅନୁଭୂତ ହୋଇଛି। ଫଳରେ କୁଆପଥର ମାଡ଼ ହୋଇଛି। କାଳବୈଶାଖୀର ପ୍ରଭାବରେ କୁଆପଥର ମାଡ଼ ହୋଇଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ଏକ ବିମାନ ‘ଭିସ୍ତାରା’ ଉପରେ କୁଆପଥର ମାଡ଼ ହୋଇଛି। ଫଳରେ ଉଡ଼ାଣ ପ୍ରଭାବିତ ହୋଇଛି। ବିମାନଟି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଜରୁରୀ ଅବତରଣ କରିଛି। କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ ବିମାନଟି ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଆକାଶରେ କୁଆପଥର ମାଡ଼ର ସାମ୍ନା କରିଥିଲା। କୁଆପଥର ପଡ଼ିବା କାରଣରୁ ୱିଣ୍ଡସିଲ କ୍ରାକ ହୋଇଥିଲା। ଏହି କାରଣରୁ ଉଡ଼ାଣର ୧୦ ମିନିଟ ଭିତରେ ଏହା ପ୍ରାଓରିଟି ଲାଣ୍ଡିଂ କରିଥିଲା। ୱିଣ୍ଡ ସିଲରେ କ୍ରାକ ସହ ବିମାନ ଉଡ଼ିଥିଲେ ଆହୁରି ଅଧିକ କ୍ରାକ ଆଶଙ୍କା ରହୁଥିଲା। ତେଣୁ ପାଖରୁ ହିଁ ଏହା ବ୍ୟାକ ଲ୍ୟାଣ୍ଡିଂ କରିଥିଲା। ବିମାନରେ ୧୬୯ ଯାତ୍ରୀଙ୍କ ସହ ୮ ଜଣ କ୍ରୁ ସଦସ୍ୟ ରହିଥିଲେ। ସମସ୍ତେ ସୁସ୍ଥ ଅଛନ୍ତି। ଯାତ୍ରୀଙ୍କ ପାଇଁ ଭିସ୍ତାରା ଦ୍ଵାରା  ଅନ୍ୟ ୨ ବିମାନ ବ୍ୟବସ୍ଥା କରାଯାଇଛି।

 

Comments are closed.